198

ବାଲୁଗାଁ ଆଇଆଇସି ଶ୍ରଦ୍ଧା ନାୟକଙ୍କ ଉପସ୍ଥିତିରେ ଗବପଦରରେ ରକ୍ତଦାନ ଶିବିର ଉତ୍ସବ ଅନୁଷ୍ଠିତ

ଖୋର୍ଦ୍ଧା: ଦେଶର ୮୦ ତମ ସ୍ୱାଧୀନତା ଦିବସ ଅବସରରେ ଅଠରବାଟିଆ ପଞ୍ଚାୟତ ଅନ୍ତର୍ଗତ ଗବପଦର ଗ୍ରାମର ସନ୍ତୋଷୀ କ୍ଲବ ଉଦ୍ୟମରେ ଏକ ବୃହତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି | ଦେଶସେବା ସହ ମାନବସେବାର ବାର୍ତ୍ତା ଦେବା ଉଦ୍ଦେଶ୍ୟରେ ଆୟୋଜିତ ଏହି ଶିବିରେ ଗ୍ରାମବାସୀଙ୍କ ମଧ୍ୟରେ ବ୍ୟାପକ ଉତ୍ସାହ ଦେଖିବାକୁ ମିଳିଥିଲା | ଶିବିରରେ ୫୦ ରୁ ଉର୍ଦ୍ଧ ସ୍ଵେଚ୍ଛାସେବୀ ରକ୍ତଦାନ କରିଥିଲେ |

ଏଥିରେ ମୁଖ୍ୟ ଅତିଥି ଭାବରେ ବାଲୁଗାଁ ଥାନା ଅଧିକାରିଣୀ ଶ୍ରଦ୍ଧା ନାୟକ ଯୋଗ ଦେଇଥିଲେ | ଏଥି ସହିତ ଯୁବକ, ମହିଳା ଏବଂ ଶାରୀରିକ ଭାବେ ଅକ୍ଷମ ବ୍ୟକ୍ତି ମାନେ ମଧ୍ୟ ଆଗ୍ରହର ସହ ଭାଗ ନେଇଥିଲେ | ସ୍ୱାଧୀନତା ଦିବସର ପ୍ରକୃତ ଅର୍ଥକୁ ଜୀବନ ବଞ୍ଚାଇ ପାଳନ କରିବା ହିଁ ଆମର ଲକ୍ଷ୍ୟ ବୋଲି ଯୁବକ ସଙ୍ଘର ସଦସ୍ୟମାନେ କହିଥିଲେ |

ଏହି କାର୍ଯ୍ୟକ୍ରମକୁ ବାଲୁଗାଁ ଥାନାର ଭାରପ୍ରାପ୍ତ ଅଧିକାରିଣୀ  ଶ୍ରଦ୍ଧା ନାୟକ ମଧ୍ୟ ଉପସ୍ଥିତ ରହି ନିଜେ ରକ୍ତଦାନ କରିଥିଲେ. ସେ ରକ୍ତଦାତାମାନଙ୍କୁ ପ୍ରଶଂସା କରିବା ସହ କହିଲେ ଯେ ପୋଲିସ ସର୍ବଦା ସମାଜସେବା କାର୍ଯ୍ୟରେ ଜନତାଙ୍କ ସହ ଅଛି. ତାଙ୍କର ଏହି ପଦକ୍ଷେପ ସମସ୍ତଙ୍କୁ ବହୁତ ପ୍ରେରଣା ଦେଇଥିଲା |ସ୍ୱାଧୀନତା ଦିବସକୁ କେବଳ ପତାକା ଉତ୍ତୋଳନରେ ସୀମିତ ନରଖି ଏଭଳି ଜନହିତକର କାର୍ଯ୍ୟ କରିଥିବାରୁ ଗ୍ରାମବାସୀମାନେ ଯୁବକ ସଙ୍ଘକୁ ଧନ୍ୟବାଦ ଜଣାଇଥିଲେ | ଏହି ରକ୍ତ ଦାନ ଶିବିରରୁ ୫୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା |

Spread the love