135

ଦେଶଭକ୍ତିରେ ଉଜ୍ଜୀବିତ ଶାଳିଆ ପ୍ରେସ କ୍ଳବ, ପାଳିତ ହେଲା ୮୦ ତମ ସ୍ଵାଧୀନତା ଦିବସ!

ଖୋର୍ଦ୍ଧା: ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଲୁଗାଁ ସ୍ଥିତ ଶାଳିଆ ପ୍ରେସ କ୍ଲବ ପକ୍ଷରୁ କ୍ଳବ ପରିସରରେ ୮୦ ତମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି।ବରିଷ୍ଠ ସମାଜସେବୀ ସୁନୀଲ ମାନସିଂହ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ସଭାପତି ଅଜିତ କୁମାର ସାହୁ ପରିଚାଳନା କରିଥିଲେ।ଉକ୍ତ ସମାରୋହରେ କ୍ଲବର ସଦସ୍ୟ ମାନେ ଉପସ୍ଥିତ ରହି ଜାତୀୟ ପତାକା ତ୍ରିରଙ୍ଗାକୁ ନମନ କରି ଜାତୀୟ ସଙ୍ଗୀତ ଗାନ କରିବାସହ ଭାରତ ମାତା କି ଜୟ,ବନ୍ଦେ ମାତରଂ ଏବଂ ମହାପୁରୁଷ ମାନଙ୍କ ଜୟ ଧ୍ୱନୀ ଦେଇଥିଲେ। ଦେଶକୁ ସ୍ୱାଧୀନ କରିଥିବା ମହାପୁରୁଷ,ସେମାନଙ୍କ ବଳିଦାନ,ଆଦର୍ଶ ନେଇ ସମସ୍ତ ସଦସ୍ୟ ନିଜ ନିଜର ଅଭିଭାଷଣ ରଖିଥିଲେ।

ପରିଶେଷରେ ସଂଘକୁ ସୁଦୃଢ଼ କରିବା ପାଇଁ ସଂଘୀୟ ମନୋବୃତ୍ତି ସାଙ୍ଗକୁ ନିରପେକ୍ଷ ଖବର ପ୍ରସାରଣ କରିବାକୁ ସମସ୍ତ ସଦସ୍ୟ ସଂକଳ୍ପ କରିଥିଲେ।ଅନୁରୂପ ଭାବେ ବାଲୁଗାଁ ତଥା ଆଖପାଖ ଅଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଠାନ,ବାଲୁଗାଁ ଥାନା,ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ,ଆସୋସିଏସନ,ସଂଘ,କ୍ଳବ ମାନଙ୍କରେ ୮୦ ତମ ସ୍ଵାଧୀନତା ଦିବସ ବହୁ ଧୁମଧାମରେ ପାଳିତ ହୋଇଯାଇଛି |

Spread the love