80

ଉତ୍ସାହର ସହ ବାଲୁଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଳିତ ହେଲା ୮0ତମ ସ୍ୱାଧୀନତା ଦିବସ!

ଖୋର୍ଦ୍ଧା: ଦେଶର ୮୦ ତମ ସ୍ୱାଧୀନତା ଦିବସ ଆଜି ବାଲୁଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବହୁ ଉତ୍ସାହ ଓ ଦେଶଭକ୍ତିର ସହ ପାଳନ କରାଯାଇଛି | ସକାଳ ୮ଟା ସମୟରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ମିନତୀ ସ୍ୱାଇଁ, ଅଙ୍ଗନବାଡି ଶିକ୍ଷୟତ୍ରୀ ଶ୍ରୀମତୀ ସୀତା ବେହେରା,ରଶ୍ମିତା ବେହେରା ପ୍ରମୁଖ ମିଳିତ ଭାବେ ଜାତୀୟ ସଙ୍ଗୀତ ଗାନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ |

ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଦେଶଭକ୍ତି ଗୀତ, ନୃତ୍ୟ, ନାଟକ ଏବଂ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା. ସ୍ୱାଧୀନତା ସଂଗ୍ରାମର ଇତିହାସ ଏବଂ ସହିଦ ମାନଙ୍କ ତ୍ୟାଗ ଉପରେ ଆଲୋଚନା କରାଯାଇଥିଲା|ଶିକ୍ଷକ ଶିକ୍ଷୟତ୍ରୀ ମାନେ ଦେଶପ୍ରେମର ମହତ୍ୱ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ |

ସମଗ୍ର ବିଦ୍ୟାଳୟ ପରିସର ତ୍ରିରଙ୍ଗା ଏବଂ ଦେଶଭକ୍ତିର ବାତାବରଣରେ ଭରି ଉଠିଥିଲା| ଶେଷରେ ସମସ୍ତଙ୍କୁ କିଛି ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା|

Spread the love