97

ତାମିଲନାଡୁର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଥାଲାପତି ବିଜୟ

ଚେନ୍ନାଇ: ତାମିଲନାଡୁର ରାଜନୀତିରେ ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି। ଲୋକପ୍ରିୟ ଅଭିନେତା ଓ ଟିଭିକେ ସୁପ୍ରିମୋ ଥାଲାପଥି ବିଜୟ ତାମିଲନାଡୁର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିଛନ୍ତି। ରାଜଧାନୀ ଚେନ୍ନାଇର ଜବାହରଲାଲ ନେହେରୁ ଷ୍ଟାଡିୟମରେ ଆୟୋଜିତ ଭବ୍ୟ ସମାରୋହରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ଵନାଥ ଅରଲେକାର ବିଜୟଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ।

ଶପଥ ଗ୍ରହଣ ଉତ୍ସବ ସମୟରେ ଜାତୀୟ ସଙ୍ଗୀତ ‘ବନ୍ଦେ ମାତରମ’ ଓ ‘ଜନଗଣ ମନ’ ସହିତ ତାମିଲନାଡୁ ରାଜ୍ୟ ସଙ୍ଗୀତ ପରିବେଶକୁ ଭାବବିହ୍ୱଳ କରିଦେଇଥିଲା। ବିଜୟଙ୍କ ଶପଥ ଗ୍ରହଣ ସହିତ ତାମିଲନାଡୁ ପ୍ରଥମ ଥର ପାଇଁ ଜଣେ ଅଣ-ଦ୍ରାବିଡ଼ ମୁଖ୍ୟମନ୍ତ୍ରୀଙ୍କୁ ପାଇଛି ବୋଲି ଚର୍ଚ୍ଚା ଜୋର ଧରିଛି।

ମୁଖ୍ୟମନ୍ତ୍ରୀ ବିଜୟଙ୍କ ସହିତ ତାଙ୍କ କ୍ୟାବିନେଟରେ ସ୍ଥାନ ପାଇଥିବା ୯ ଜଣ ବିଧାୟକ ମଧ୍ୟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏହି ଐତିହାସିକ ଅବସରରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏବଂ ଦଳର ୫ ଜଣ ବିଧାୟକ ମଧ୍ୟ ଉପସ୍ଥିତ ଥିଲେ।

ବିଜୟଙ୍କ ଶପଥ ଗ୍ରହଣ ପରେ ତାଙ୍କ ସମର୍ଥକମାନଙ୍କ ମଧ୍ୟରେ ଉତ୍ସାହର ଲହରୀ ଦେଖିବାକୁ ମିଳିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ପଟାକା ଫୁଟାଇ ଓ ମିଠା ବଣ୍ଟନ କରି ସମର୍ଥକମାନେ ଖୁସି ପାଳନ କରୁଛନ୍ତି।

 

Spread the love