9

ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବ: ବାତିଲ ହେଲା ୨୨ଟି ଟ୍ରେନ୍!

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ଦୃଷ୍ଟିରେ ରଖି ରେଳଯାତ୍ରୀଙ୍କ ସୁରକ୍ଷା ପାଇଁ ୨୨ଟି ଏକ୍ସପ୍ରେସ୍ ଓ ପାସେଞ୍ଜର ଟ୍ରେନ୍‌ର ଚଳାଚଳ ବାତିଲ କରାଯାଇଛି। ଏଥିସହ କେତେକ ଟ୍ରେନ୍‌ର ଚଳାଚଳ ନିୟନ୍ତ୍ରଣ କରାଯିବା ସହ ଦୁଇଟି ଟ୍ରେନ୍‌ର ଯାତ୍ରା ସୀମିତ କରାଯାଇଛି। ଅକ୍ଟୋବର ୨୭ରୁ ନଭେମ୍ବର ୫ ମଧ୍ୟରେ ବିଭିନ୍ନ ତାରିଖରେ ଏହି ପରିବର୍ତ୍ତନ ଲାଗୁ ହେବ।

ବିଶାଖାପାଟଣା, ସିକନ୍ଦରାବାଦ, କିରଣ୍ଡୁଲ, ଜଗଦଲପୁର, ରାଉରକେଲା, ସମ୍ବଲପୁର, ରାୟଗଡ଼ା, ହାୱଡ଼ା, ଭୁବନେଶ୍ୱର ଓ କୋରାପୁଟକୁ ସଂଯୋଗ କରୁଥିବା ଟ୍ରେନ୍‌ଗୁଡ଼ିକ ଏହାଦ୍ୱାରା ପ୍ରଭାବିତ ହେବ।

ରେଳବାଇ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ନିମ୍ନଲିଖିତ ଟ୍ରେନ୍‌ଗୁଡ଼ିକର ଚଳାଚଳ ବାତିଲ କରାଯାଇଛି

  • ୧୮୫୧୫ ବିଶାଖାପାଟଣା–କିରଣ୍ଡୁଲ ଏକ୍ସପ୍ରେସ୍: ଅକ୍ଟୋବର ୨୯ରୁ ନଭେମ୍ବର ୪ ।
  • ୧୮୫୧୬ କିରଣ୍ଡୁଲ–ବିଶାଖାପାଟଣା ଏକ୍ସପ୍ରେସ୍: ଅକ୍ଟୋବର ୨୯ରୁ ନଭେମ୍ବର ୪।
  • ୧୮୧୦୭ ରାଉରକେଲା–ଜଗଦଲପୁର ଇଣ୍ଟରସିଟି ଏକ୍ସପ୍ରେସ୍: ଅକ୍ଟୋବର ୨୯ରୁ ନଭେମ୍ବର ୪।
  • ୧୮୧୦୮ ଜଗଦଲପୁର–ରାଉରକେଲା ଇଣ୍ଟରସିଟି ଏକ୍ସପ୍ରେସ୍: ଅକ୍ଟୋବର ୩୦ରୁ ନଭେମ୍ବର ୫।
  • ୧୮୦୦୫ ହାୱଡ଼ା–ଜଗଦଲପୁର ସମଲେଶ୍ୱରୀ ଏକ୍ସପ୍ରେସ୍: ଅକ୍ଟୋବର ୨୭ରୁ ୩୦।
  • ୧୮୦୦୬ ଜଗଦଲପୁର–ହାୱଡ଼ା ସମଲେଶ୍ୱରୀ ଏକ୍ସପ୍ରେସ୍: ଅକ୍ଟୋବର ୨୮ରୁ ୩୧।
  • ୫୮୫୩୮ ବିଶାଖାପାଟଣା–କୋରାପୁଟ ପାସେଞ୍ଜର: ଅକ୍ଟୋବର ୨୭ରୁ ୩୦।
  • ୫୮୫୩୭ କୋରାପୁଟ–ବିଶାଖାପାଟଣା ପାସେଞ୍ଜର: ଅକ୍ଟୋବର ୨୮ରୁ ୩୧।
  • ୧୮୫୧୨ ବିଶାଖାପାଟଣା–କୋରାପୁଟ ଏକ୍ସପ୍ରେସ୍: ଅକ୍ଟୋବର ୩୦।
  • ୧୮୫୧୧ କୋରାପୁଟ–ବିଶାଖାପାଟଣା ଏକ୍ସପ୍ରେସ୍: ଅକ୍ଟୋବର ୩୧।
  • ୫୮୫୦୧ ବିଶାଖାପାଟଣା–କିରଣ୍ଡୁଲ ପାସେଞ୍ଜର: ଅକ୍ଟୋବର ୨୭ରୁ ୩୦
  • ୫୮୫୦୨ କିରଣ୍ଡୁଲ–ବିଶାଖାପାଟଣା ପାସେଞ୍ଜର: ଅକ୍ଟୋବର ୨୭ରୁ ୩୦।
  • ୧୨୭୦୪ ସିକନ୍ଦରାବାଦ–ହାୱଡ଼ା ଫଲକନୁମା ଏକ୍ସପ୍ରେସ୍: ଅକ୍ଟୋବର ୨୭।
  • ୧୨୭୦୩ ହାୱଡ଼ା–ସିକନ୍ଦରାବାଦ ଫଲକନୁମା ଏକ୍ସପ୍ରେସ୍: ଅକ୍ଟୋବର ୨୯।
  • ୧୭୦୧୬ ସିକନ୍ଦରାବାଦ–ଭୁବନେଶ୍ୱର ନ୍ୟୁ ବିଶାଖା ଏକ୍ସପ୍ରେସ୍: ଅକ୍ଟୋବର ୨୭।
  • ୧୭୦୧୫ ଭୁବନେଶ୍ୱର–ସିକନ୍ଦରାବାଦ ବିଶାଖା ଏକ୍ସପ୍ରେସ୍: ଅକ୍ଟୋବର ୨୯।
  • ୨୦୮୧୦ ନାନ୍ଦେଡ୍–ସମ୍ବଲପୁର ନାଗାବଳୀ ସୁପରଫାଷ୍ଟ ଏକ୍ସପ୍ରେସ୍: ଅକ୍ଟୋବର ୨୭।
  • ୨୦୮୦୯ ସମ୍ବଲପୁର–ନାନ୍ଦେଡ୍ ନାଗାବଳୀ ସୁପରଫାଷ୍ଟ ଏକ୍ସପ୍ରେସ୍: ଅକ୍ଟୋବର ୩୦।
  • ୨୨୮୮୨ ଭୁବନେଶ୍ୱର–ପୁଣେ ସୁପରଫାଷ୍ଟ ଏକ୍ସପ୍ରେସ୍: ଅକ୍ଟୋବର ୨୭।
  • ୨୨୮୮୧ ପୁଣେ–ଭୁବନେଶ୍ୱର ସୁପରଫାଷ୍ଟ ଏକ୍ସପ୍ରେସ୍: ଅକ୍ଟୋବର ୨୯।
  • ୧୭୨୪୪ ରାୟଗଡ଼ା–ଗୁଣ୍ଟୁର ଏକ୍ସପ୍ରେସ୍: ଅକ୍ଟୋବର ୨୮।
  • ୧୭୨୪୩ ଗୁଣ୍ଟୁର–ରାୟଗଡ଼ା ଏକ୍ସପ୍ରେସ୍: ଅକ୍ଟୋବର ୨୭।

ବାତ୍ୟାକୁ ଦୃଷ୍ଟିରେ ରଖି ହିରାଖଣ୍ଡ ଏକ୍ସପ୍ରେସ୍‌ର ଚଳାଚଳରେ ମଧ୍ୟ ପରିବର୍ତ୍ତନ କରାଯାଇଛି।

୧୮୪୪୭ ଭୁବନେଶ୍ୱର–ଜଗଦଲପୁର ହିରାଖଣ୍ଡ ଏକ୍ସପ୍ରେସ୍: ଅକ୍ଟୋବର ୨୭ରୁ ୩୦ ପର୍ଯ୍ୟନ୍ତ ଏହି ଟ୍ରେନ୍‌ର ଯାତ୍ରା ରାୟଗଡ଼ାଠାରେ ସମାପ୍ତ ହେବ। ଅର୍ଥାତ୍, ଏହା ଜଗଦଲପୁର ପର୍ଯ୍ୟନ୍ତ ଯିବ ନାହିଁ।

୧୮୪୪୮ ଜଗଦଲପୁର–ଭୁବନେଶ୍ୱର ହିରାଖଣ୍ଡ ଏକ୍ସପ୍ରେସ୍: ଅକ୍ଟୋବର ୨୮ରୁ ୩୧ ପର୍ଯ୍ୟନ୍ତ ଏହି ଟ୍ରେନ୍ ଜଗଦଲପୁର ପରିବର୍ତ୍ତେ ରାୟଗଡ଼ାରୁ ଯାତ୍ରା ଆରମ୍ଭ କରିବ।

ଯାତ୍ରୀଙ୍କ ପାଇଁ ପରାମର୍ଶ

ବାତ୍ୟା ‘ଅର୍ଣ୍ଣବ’କୁ ନେଇ ଟ୍ରେନ୍ ଚଳାଚଳରେ ହୋଇଥିବା ପରିବର୍ତ୍ତନ ଯୋଗୁଁ ଯାତ୍ରୀମାନେ ନିଜ ଯାତ୍ରା ଯୋଜନା କରିବା ପୂର୍ବରୁ ଟ୍ରେନ୍‌ର ସ୍ଥିତି ଯାଞ୍ଚ କରିନେବାକୁ ପରାମର୍ଶ ଦିଆଯାଇଛି। ଟ୍ରେନ୍‌ର ସଦ୍ୟତମ ସୂଚନା ପାଇଁ ଯାତ୍ରୀମାନେ ନ୍ୟାସନାଲ୍ ଟ୍ରେନ୍ ଏନ୍‌କ୍ୱାରି ସିଷ୍ଟମ୍‌ (NTES) କିମ୍ବା ଭାରତୀୟ ରେଳବାଇର ଅଫିସିଆଲ୍ ୱେବ୍‌ସାଇଟ୍‌ ଯାଞ୍ଚ କରିବା ଉଚିତ।

ଯାତ୍ରା ପୂର୍ବରୁ ଟ୍ରେନ୍‌ର ଚଳାଚଳ ସମ୍ପର୍କିତ ସଦ୍ୟତମ ଅପ୍‌ଡେଟ୍ ଜାଣିନେଲେ ଅଯଥା ଅସୁବିଧାରୁ ରକ୍ଷା ପାଇପାରିବେ ଯାତ୍ରୀ।

 

Spread the love