46

ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମୋକଦ୍ଦମା!

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ତିରଙ୍ଗା ଶୋଭାଯାତ୍ରାରେ ତିନି ଗୋଟି ସ୍କୁଲ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିବା ବିଷୟକୁ ନେଇ କଂଗ୍ରେସ ଭବନଠାରେ ଏକ ପ୍ରେସ ବିବୃତ୍ତି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ଲ ଗଣମାଧ୍ୟମକୁ ପ୍ରେସ ବିବୃତ୍ତି ପ୍ରଦାନକରି ଓପିସିସି ମୁଖପାତ୍ର ଆଡ଼ଭୋକେଟ ଲଲାଟେନ୍ଦୁ ଦାସ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମାନବାଧିକାର କମିସନଙ୍କ ନିକଟରେ ମକଦ୍ଦମା ଦାଖଲ କରାଯାଇଛି l

କାରଣ କ୍ରାନ୍ତି ଦିବସକୁ ସଫଳ କରିବାକୁ ଯାଇ ରାଜ୍ୟସ୍ତରୀୟ ଘର ଘର ତୀରଙ୍ଗା କାର୍ଯ୍ୟକ୍ରମରେ ବାଲିପାଟଣା ଶିଶୁ ଅନନ୍ତ ମହାବିଦ୍ୟାଳୟର 105 ଜଣ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଅଭିଭାବକଙ୍କ ସହମତି ନ ନେଇ ସେମାନଙ୍କୁ ଉକ୍ତ କାର୍ଯ୍ୟକ୍ରମରେ ସାମିଲ କରାଯାଇଥିଲା l ସେମାନଙ୍କ ମଧ୍ୟରୁ ଅଣନିଶ୍ୱାସୀ ହୋଇ 3 ଜଣଙ୍କ ଅବସ୍ଥା ହୋଇ ଗୁରୁତର ହେବାରୁ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଆଡମିସନ କରାଯାଇଥିଲା ।

ଏଭଳି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ସାମିଲ କରିବା ନେଇ ମାନ୍ୟବର ଅଦାଲତଙ୍କ ବାରଣ ଥିବା ସତ୍ତ୍ୱେ ରାଜ୍ୟ ସରକାର ଜାଣିଶୁଣି ଆଇନକୁ ଉଲ୍ଲଂଘନ କରିଥିବା ହେତୁ ଏହି ବେଆଇନ କାର୍ଯ୍ୟକ୍ରମ ବିରୁଦ୍ଧରେ ଓଡିଶା ମାନବାଧିକାର କମିସନଙ୍କ ନିକଟରେ ଏକ ମାମଲା ରୁଜୁ ହୋଇଛି । ଏହି ମାମଲାକୁ ଗ୍ରହଣ କରି ଏକ ଉଚ୍ଚସ୍ତରୀୟ ତଦନ୍ତ ତଥା ଦୋଷୀ ବ୍ୟକ୍ତି ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରାର୍ଥନା କରାଯାଇଛି । ପୀଡ଼ିତ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ଅନୁଦାନ ତଥା ଉପଯୁକ୍ତ ଚିକିତ୍ସା ମାଗଣାରେ ପ୍ରଦାନ କରାଯିବାକୁ ମଧ୍ୟ ଉଲ୍ଲେଖ ରହିଛି । ଏହି ସାମ୍ବାଦିକ ସମ୍ମିଳନୀରେ ଓପିସିସି ମୁଖପାତ୍ର ହିମାଂଶୁ ଲେଙ୍କା ମଧ୍ୟ ଉପସ୍ଥିତ ଥିଲେ ।

 

Spread the love