71

ଏସଏସଜି ମହିଳାଙ୍କୁ ସୁଧ ରାଶି ଫେରସ୍ତ କଲେ ଉପମୁଖ୍ୟମନ୍ତ୍ରୀ

କନ୍ଧମାଳ: କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ମହକୁମାସ୍ଥିତ ମିଶନ ଶକ୍ତି କାର୍ଯ୍ୟାଳୟ ସଭାଗୃହରେ ‘ମିଶନ ଶକ୍ତି’ର ଡିପିସି ରାମ ତାଣ୍ଡିଙ୍କ ନେତୃତ୍ୱରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଋଣ ସୁଧ ଫେରସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ସ୍ୱୟଂ ସହାୟକ ଗୋଷ୍ଠୀ (SHG)ର ମା’ମାନେ ସରକାରୀ ଓ ବ୍ୟାଙ୍କିଙ୍ଗ୍ ସେବା ଅଧୀନରେ ବିଭିନ୍ନ ବ୍ୟାଙ୍କରୁ ନେଇଥିବା ଋଣର ସୁଧ ଟଙ୍କା ଫେରସ୍ତ ପାଇବା ନିମନ୍ତେ ଏହି ବୈଠକର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲାର ସମସ୍ତ ବ୍ଲକରୁ SHG ଗୋଷ୍ଠୀର ମା’ମାନେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀଙ୍କ ସହ ଭର୍ଚ୍ଚୁଆଲ୍‌ ମାଧ୍ୟମରେ ଆଲୋଚନା କରିଥିଲେ।

ଏହି ଅବସରରେ ଜିଲ୍ଲାର ମୋଟ ୮,୧୬୪ଟି ଗୋଷ୍ଠୀକୁ ଓଡ଼ିଶା ସରକାରଙ୍କ ତରଫରୁ ୧,୯୬,୮୮,୦୦୦ ଟଙ୍କାର ସୁଧ ରାଶି ଫେରସ୍ତ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ଡିପିଏମ୍ ହେମନ୍ତ ବାଘ, ଫୁଲବାଣୀ ମିଶନ ଶକ୍ତି ବିପିସି ଶିଶିର କାନ୍ତ ଦିଗାଲ ଏବଂ ଫୁଲବାଣୀ ୱାଇପି ପୁରୁଷୋତ୍ତମ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Spread the love