148

ଘିଅଖଳା ଗ୍ରାମରେ ବର୍ଷା କ୍ଷତି ଅନୁଧ୍ୟାନ କଲେ ମନ୍ତ୍ରୀ ପୃଥ୍ୱୀରାଜ, ତୁରନ୍ତ ସହାୟତା ନିର୍ଦ୍ଦେଶ!

ଖୋର୍ଦ୍ଧା: ଆଜି ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସିଙ୍ଗେଶ୍ୱର ଗ୍ରାମପଞ୍ଚାୟତର ଘିଅଖଳା ଗ୍ରାମକୁ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗସ୍ତ କରିଥିଲେ। ଅଦିନିଆ ଲଗାଣ ବର୍ଷା ଯୋଗୁଁ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ସେ ଗ୍ରାମବାସୀଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ବୁଝିଥିଲେ।

ମନ୍ତ୍ରୀ ଶ୍ରୀ ହରିଚନ୍ଦନ କ୍ଷୟକ୍ଷତିର ସଠିକ୍ ଓ ତ୍ୱରିତ ଆକଳନ କରିବା ସହ ପ୍ରଭାବିତ ଲୋକଙ୍କୁ ଆବଶ୍ୟକ ସହାୟତା ଯୋଗାଇଦେବା ଏବଂ ସମସ୍ୟାର ତୁରନ୍ତ ସମାଧାନ ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏହି ଅବସରରେ ଜିଲ୍ଲା ଭାଜପା ସାଧାରଣ ସମ୍ପାଦକ ଶ୍ରୀ ଦୁଷ୍ମନ୍ତ ହରିଚନ୍ଦନ, ଚିଲିକା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଜ୍ୟୋସ୍ନା ବେହେରା, ବାଣପୁର ବ୍ଲକ ଅଧ୍ୟକ୍ଷ ଶ୍ରୀ ଅମରେନ୍ଦ୍ର ରଣସିଂହ, ଚିଲିକା ବ୍ଲକ ବିଡିଓ ସୁଶ୍ରୀ ପୁନମ ମହାପାତ୍ର, ତହସିଲଦାର ଶ୍ରୀ କାହ୍ନୁଚରଣ ଘଡ଼ାଇ, ଚିଲିକା ବ୍ଲକ ସାଂସଦ ପ୍ରତିନିଧି ଶ୍ରୀ ଦୀନବନ୍ଧୁ ସାହୁ, ସିଙ୍ଗେଶ୍ୱର ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ସ୍ନେହଲତା ସେଠୀ, ବ୍ଲକ କୃଷି ଅଧିକାରୀ ଶ୍ରୀମତୀ ଭାନୁପ୍ରିୟା ମିଶ୍ର, ବଡ଼କୂଳ ମଣ୍ଡଳ ଭାଜପା ସଭାପତି ଶ୍ରୀ ପ୍ରଶାନ୍ତ ପ୍ରଧାନ, ବାଲୁଗାଁ ଥାନା ଅଧିକାରୀଣୀଙ୍କ ସମେତ ବିଭାଗୀୟ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ।

Spread the love