80

ଆଧ୍ୟାତ୍ମିକ ଶିକ୍ଷା ଓ ସାମାଜିକ ନେତୃତ୍ବ କର୍ମଶାଳା ଅନୁଷ୍ଠିତ

ନୟାଗଡ: ସମାଜରେ ସନ୍ଥ ଜନ୍ମ ନେଇ ନଥାନ୍ତି ବରଂ ତିଆରି ହୋଇଥାନ୍ତି । ଏକ ବୌଦ୍ଧିକ ପରିବେଶରେ ଦଶପଲ୍ଲାରେ ଆୟୋଜିତ ଆନ୍ତର୍ଜାତିକ ସତ୍ୟଚେତନା ଆଧ୍ୟାତ୍ମିକ ଆନ୍ଦୋଳନର ତିନି ଦିନିଆ ଆବାସିକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସେଚ୍ଛାସେବୀ ସଂଗଠନ ଆଇଆଇଇସି ତଥା ଗୋଷ୍ଠୀ ବେତାର କେନ୍ଦ୍ର ରେଡିଓ ସୁରଭି ପରିସରରେ ଆୟୋଜିତ କର୍ମଶାଳାକୁ ମୁଖ୍ୟ ପୁରୋଧା ସ୍ଵାମୀ ଆତ୍ମାନନ୍ଦ ମଙ୍ଗଳବାର ଉଦଘାଟନ କରିଛନ୍ତି । କର୍ମଶାଳାରେ ରାଜ୍ୟ ସଭାପତି ଡକ୍ଟର ଶିଶିର ଦାସ ଯୁବା ଭାରତର ଯୁବ ଗୋଷ୍ଠୀଙ୍କ ମଧ୍ୟରେ ଗତାନୁଗତିକ ଶିକ୍ଷା ଓ ବୈଷୟିକ ଶିକ୍ଷା ବ୍ୟତିରେକ ସଂସ୍କାର ତଥା ଆଧ୍ୟାମିକତା ଯୁକ୍ତ ହେଲେ ଶୃଙ୍ଖଳିତ ସମାଜ ଗଠନ ହୋଇ ପାରିବ ବୋଲି ମତ ରଖିଥିଲେ ।

କର୍ମଶାଳାରେ ବିଭିନ୍ନ କଲେଜରୁ ୩୦ ଜଣ ପ୍ରତିନିଧ୍ ଯୋଗ ଦେଇ ଗୀତା, ବେଦ, ଉପନିଷଦ ଉପରେ ଉପାଦେୟ ଶିକ୍ଷାଲାଭ କରିଥିଲେ । ବରିଷ୍ଠ ସାରସ୍ଵତ ସାଧକ ଡକ୍ଟର ଅସିତ୍ ମହାନ୍ତି, ଡକ୍ଟର ଶ୍ରଦ୍ଧାଞ୍ଜଳି କାନୁନଗୋ, ସତ୍ୟବାର୍ତ୍ତା ସମ୍ପାଦକ ଗୁରୁ ପ୍ରସାଦ ତ୍ରିପାଠୀ, ଅଜୟ ବିଶ୍ଵାଳ, ଅଶୋକ ଗଜେନ୍ଦ୍ର, ଅଂଶୁମାନ ମିଶ୍ର, ସୁଦୀପ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଆଧ୍ୟାତ୍ମିକ ଗବେଷକ ଡକ୍ଟର ବିଷ୍ଣୁ ଦାସ, ଡକ୍ଟର ବିଷ୍ଣୁ ପ୍ରିୟା ଓ ଡକ୍ଟର ତୁଳସୀଙ୍କ ଗରିମାମୟ ଉପସ୍ଥିତି ଶିବିରାର୍ଥିଙ୍କୁ ଉତ୍ସାହିତ କରିଥିଲା|

Spread the love