239

୭ ମାସର ଗର୍ଭବତୀ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ସ୍ୱାମୀଙ୍କ ବିରୋଧରେ ହତ୍ୟା ଅଭିଯୋଗ; ତଦନ୍ତ ଆରମ୍ଭ

ଖୋର୍ଦ୍ଧା: ଜିଲ୍ଲାର ବାଜପୁର ଗାଁରେ ଜଣେ ୭ ମାସର ଗର୍ଭବତୀ ବିବାହିତାଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ମୃତକ ଶୀଳା ମହାନ୍ତିଙ୍କ ପରିବାର ପକ୍ଷରୁ ତାଙ୍କ ସ୍ୱାମୀ ରମେଶ ମହାଭୋଇ ଏବଂ ତାଙ୍କ ପରିବାର ବିରୋଧରେ ହତ୍ୟା ଅଭିଯୋଗ ଆଣାଯାଇଛି। ବିବାହର ମାତ୍ର ୧୧ ମାସ ପରେ ଏପରି ଘଟଣା ଘଟିଥିବାରୁ ପରିବାର ସଦସ୍ୟମାନେ ନ୍ୟାୟ ଦାବି କରିଛନ୍ତି।

ଅଭିଯୋଗ ଅନୁଯାୟୀ, ମୃତକା ଶୀଲା ୭ ମାସର ଗର୍ଭବତୀ ଥିଲେ। ତାଙ୍କ ମୃତ୍ୟୁ ସହ ଗର୍ଭସ୍ଥ ଶିଶୁର ମଧ୍ୟ ପ୍ରାଣହାନି ଘଟିଥିବା ପରିବାର ଦାବି କରିଛି। ପରିବାରର ଅଭିଯୋଗ ଅନୁସାରେ, ସ୍ୱାମୀଙ୍କର କଥିତ ପରକୀୟା ସମ୍ପର୍କକୁ କେନ୍ଦ୍ର କରି ଏହି ଘଟଣା ଘଟିଥାଇପାରେ ବୋଲି ସେମାନେ ସନ୍ଦେହ ପ୍ରକାଶ କରିଛନ୍ତି। ଶୀଲାଙ୍କ ବାପାଙ୍କ କହିବା ଅନୁସାରେ କିଛି ସପ୍ତାହ ତଳେ ଏହି ପରକ୍ରିୟା ପ୍ରୀତି ଯୋଗୁଁ ସିଲା ଏବଂ ସ୍ୱାମୀ ରମେଶଙ୍କ ମଧ୍ୟରେ ଭୀଷଣ ଝଗଡା ହୋଇଥିଲା ହୋଇଥିଲା ଏବଂ ସିଲା ବାପ ଘରକୁ ଚାଲି ଆସିଥିଲେ | ୨ ପରିବାରଙ୍କ ଆପୋଷ ବୁଝାମଣାରେ ସିଲା ପୁଣି ନିଜ ଶାଶୁ ଘରକୁ ଫେରିଥିଲେ | ଅନ୍ୟପଟେ ନଣନ୍ଦ ଏବଂ ରମେଶଙ୍କ ପରିବାର ଉପରେ ନିର୍ଯାତନାର ମଧ୍ୟ ଅଭିଯୋଗ ଆଣୁଛନ୍ତି ସିଲାଙ୍କ ମା ଏବଂ ଭଉଣୀ |

ଏହି ଘଟଣାକୁ ନେଇ ମୃତକାଙ୍କ ପରିବାର ଖୋର୍ଦ୍ଧା ସଦର ଥାନାରେ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତଦେହକୁ ଜବତ କରି ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଥିବା ବେଳେ, ପୋଷ୍ଟମର୍ଟମ୍ ରିପୋର୍ଟ ଓ ତଦନ୍ତର ଅନ୍ତିମ ଫଳାଫଳ ପରେ ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି।

ଏପର୍ଯ୍ୟନ୍ତ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ଉଠିଥିଲେ ମଧ୍ୟ, ଏହାର ସତ୍ୟତା ପୁଲିସ ତଦନ୍ତ ଏବଂ ଆଇନଗତ ପ୍ରକ୍ରିୟା ପରେ ହିଁ ସ୍ପଷ୍ଟ ହେବ। ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ କାହାକୁ ଦୋଷୀ ବୋଲି ଧରାଯାଇପାରିବ ନାହିଁ। ବର୍ତ୍ତମାନ ପର୍ଯ୍ୟନ୍ତ ରମେଶ ଙ୍କୁ ଥାନାରେ ଅଟକ ରଖିଛି ପୋଲିସ

Spread the love