87

ବିଶ୍ୱସ୍ତରୀୟ ପର୍ଯ୍ୟଟନ ହବ୍ ହେବ ଚିଲିକା, ପ୍ରଭାତୀ-ପୃଥ୍ୱୀରାଜଙ୍କ ଅଧ୍ୟକ୍ଷତାରେ ବିକାଶ ନକ୍ସା ପ୍ରସ୍ତୁତ!

ଖୋର୍ଦ୍ଧା: ଚିଲିକା, କାଳିଜାଈ ଓ ସାତପଡ଼ା ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ରାଜ୍ୟ ସରକାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବା ଦିଗରେ ଆଗେଇଛନ୍ତି | ଏନେଇ ମଙ୍ଗଳବାର ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି |

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଚିଲିକାକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନ ଗନ୍ତବ୍ୟସ୍ଥଳ ଭାବେ ବିକଶିତ କରିବା ନେଇ ବିସ୍ତୃତ ଆଲୋଚନା ହୋଇଛି | ବୈଠକରେ ପର୍ଯ୍ୟଟକଙ୍କୁ ବିଶ୍ୱସ୍ତରୀୟ ଆତିଥେୟତା ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଇଛି |ଏହାସହ ଇକୋ-ଟୁରିଜିମ୍ କୁ ପ୍ରୋତ୍ସାହନ ଦେବା ସହ ଦୁଃସାହସିକ କ୍ରୀଡ଼ା, ୱାଟର ସ୍ପୋର୍ଟସ୍ ଏବଂ ଟ୍ରେକିଂର ବିକାଶ ପାଇଁ ନିଷ୍ପତ୍ତି ନିଆଯାଇଛି.ଫଳରେ ପର୍ଯ୍ୟଟକମାନେ ପ୍ରକୃତିର ଆନ୍ଦ ସହ ରୋମାଞ୍ଚ ମଧ୍ୟ ଅନୁଭବ କରିପାରିବେ |ଏହାବ୍ୟତୀତ ଚିଲିକାକୁ ଆସୁଥିବା ବିଦେଶୀ ପକ୍ଷୀଙ୍କୁ ଦେଖିବା ପାଇଁ ବାର୍ଡସ ଭ୍ୟୁ ପଏଣ୍ଟ ନିର୍ମାଣ କରିବା ପାଇଁ ମଧ୍ୟ ପଦକ୍ଷେପ ନିଆଯିବ ବୋଲି ସ୍ଥିର ହୋଇଛି.ବୈଠକରେ ବିଭିନ୍ନ ସଂସ୍ଥା ପକ୍ଷରୁ ଚିଲିକା ଅଞ୍ଚଳର ବିକାଶ ନେଇ ପ୍ରସ୍ତୁତ ନକ୍ସା ମଧ୍ୟ ପ୍ରଦର୍ଶିତ ହୋଇଥିଲା.
ଖୁବ୍ ଶୀଘ୍ର ଏହି ନକ୍ସା ଅନୁଯାୟୀ କାମ ଆରମ୍ଭ ହେବ |ଏହା ଦ୍ୱାରା ସ୍ଥାନୀୟ ଲୋକଙ୍କ ଜୀବିକା ସହ ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରେ ମଧ୍ୟ ବୃଦ୍ଧି ହେବ ବୋଲି ଆଶା କରାଯାଉଛି |

Spread the love