ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ପ୍ରାଣଦେଈପୁର ଛକରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦ୍ରୁତଗାମୀ କାର ଧକ୍କାରେ ବାଇକ୍ ଆରୋହୀ ଆହତ | ସୂଚନା ଅନୁଯାୟୀ, ପାରିକୁଦ ମାଲୁଦର କବିତା ବିଶ୍ୱାଳ (୪୨ ବର୍ଷ) ଏବଂ ଲକ୍ଷ୍ମୀଚରଣ ବିଶ୍ୱାଳ (୫୨ ବର୍ଷ) ବାଇକ୍ ଯୋଗେ ବାଲୁଗାଁରୁ କାମ ସାରି ସରଳସିଂହ ଆଡ଼କୁ ଯାଉଥିଲେ | ପ୍ରାଣଦେଈପୁର ଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଦ୍ରୁତଗାମୀ କାର ତାଙ୍କ ବାଇକକୁ ଜୋରରେ ଧକ୍କା ଦେଇଥିଲା।
ଦୁର୍ଘଟଣା ପରେ କାର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି | ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ଭାବରେ ଉଦ୍ଧାର କରାଯାଇ ପ୍ରଥମେ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତରଙ୍କ ପରାମର୍ଶରେ ଉଭୟଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି |