କର୍ତ୍ତବ୍ୟ ନ୍ୟୁଜ ବ୍ୟୁରୋ: କ୍ରିକେଟ ଖେଳୁଥିବା ବେଳେ ଛାତ ଉପରକୁ ଯାଇଥିବା ବଲ୍ ଆଣିବାକୁ ଯାଇ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ନାବାଳକ ଗୁରୁତର ହୋଇଛନ୍ତି। ଗୁରୁତର ଯୁବକ ଜଣକ ନିମିଖେତା ଗ୍ରାମର ବିପିନ ମହାପାତ୍ରଙ୍କ ୧୬ ବର୍ଷୀୟ ପୁଅ ରାହୁଲ ମହାପାତ୍ର।
ସୂଚନା ଅନୁସାରେ, ରାହୁଲ ସାଙ୍ଗମାନଙ୍କ ସହ ଖେଳୁଥିବା ବେଳେ ବଲ୍ ଛାତ ଉପରକୁ ଚାଲିଯାଇଥିଲା। ବଲ୍ ଆଣିବା ପାଇଁ ଛାତକୁ ଚଢ଼ିଥିବା ବେଳେ ସେ ଅସାବଧାନତା ବଶତଃ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ଭାବେ ଜଳିଯାଇଥିଲେ।
ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ଉଦ୍ଧାର କରି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ। ମାତ୍ର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।