37

୧୦.୬ ଗ୍ରାମ ବ୍ରାଉନ ସୁଗାର ସହ ବେପାରୀ ଗିରଫ!

କର୍ତ୍ତବ୍ୟ ନ୍ୟୁଜ ବ୍ୟୁରୋ: ଚିଲିକା ଅଞ୍ଚଳରେ ଧଳା ଜହର କାରବାର ଉପରେ ବଡ଼ ପ୍ରହାର। ବାଲୁଗାଁ ପୋଲିସର ତ୍ୱରିତ କାର୍ଯ୍ୟାନୁଷ୍ଠାନରେ ଜଣେ ବ୍ରାଉନ ସୁଗାର ବେପାରୀ ଧରାପଡ଼ିଛନ୍ତି। ଜବତ ହୋଇଛି ୧୦.୬ ଗ୍ରାମ ବ୍ରାଉନ ସୁଗାର, ନଗଦ ଟଙ୍କା ଓ ମୋବାଇଲ |ଗିରଫ ଅଭିଯୁକ୍ତ ହେଉଛନ୍ତି ୩୧ ବର୍ଷୀୟ ସୁନୀଲ ପାଢ଼ୀ।

ସୂଚନା ମୁତବକ ଖୋର୍ଦ୍ଧା ଏସପି ସ୍ମିତ ପରମାରଙ୍କ ନିର୍ଦ୍ଦେଶରେ ବାଲୁଗାଁ ଏସଡିପିଓ ସଞ୍ଜୟ କୁମାର ପଟ୍ଟନାୟକ ଓ ଆଇଆଇସି ଶ୍ରଦ୍ଧା ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଚଢ଼ାଉ ହୋଇଥିଲା | ଆଜି ପୂର୍ବାହ୍ନରେ ବାଲୁଗାଁ ରାମପୁର ଛକ ରେଳ ଓଭରବ୍ରିଜ ନିକଟରେ ବ୍ରାଉନ ସୁଗାର ବିକ୍ରି ଚାଲିଥିବା ଗୁଇନ୍ଦା ସୂଚନା ମିଳିଥିଲା। ଖବର ପାଇବା ମାତ୍ରେ ଏସଆଇ ରସ୍ନା ସାହୁଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଘଟଣାସ୍ଥଳରେ ଚଢ଼ାଉ କରିଥିଲା। ପୋଲିସ ଦେଖି ଖସିଯିବାକୁ ଉଦ୍ୟମ କରୁଥିବାବେଳେ ସୁନୀଲକୁ କାବୁ କରାଯାଇଥିଲା।

 

ଅଭିଯୁକ୍ତ ଠାରୁ ଜବତ

– *ବ୍ରାଉନ ସୁଗାର*: ୧୦.୬ ଗ୍ରାମ

– *ନଗଦ ଟଙ୍କା*: ୯୯୦ ଟଙ୍କା

– *ଅନ୍ୟାନ୍ୟ*: ଗୋଟିଏ ଜରି ପ୍ୟାକେଟ, ଗୋଟିଏ ମୋବାଇଲ ଫୋନ

ଅଭିଯୁକ୍ତଙ୍କ ବିରୋଧରେ ବାଲୁଗାଁ ଥାନାରେ କେସ ନମ୍ବର ୨୫୧/୨୬ ରୁଜୁ କରାଯାଇ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଆଇଆଇସି ଶ୍ରଦ୍ଧା ନାୟକ ସୂଚନା ଦେଇଛନ୍ତି |

ଖୋର୍ଦ୍ଧା ଜିଲ୍ଲାରେ ଦିନକୁ ଦିନ ଧଳା ଜହର ନିଶା ଯୁବପିଢ଼ିଙ୍କୁ ଗ୍ରାସ କରୁଥିବାବେଳେ ପୋଲିସ ଲଗାତାର ଚଢ଼ାଉ କରୁଛି। କିନ୍ତୁ ବାଲୁଗାଁ ଅବକାରୀ କାର୍ଯ୍ୟାଳୟ ନିକଟରେ ଖୋଲାଖୋଲି କାରବାର ଚାଲିଥିଲେ ମଧ୍ୟ ବିଭାଗ ଟେର ନ ପାଇବା ସ୍ଥାନୀୟ ଅଞ୍ଚଳରେ ଚର୍ଚାର ବିଷୟ ପାଲଟିଛି |

Spread the love