92

ସତ୍ୟ ନଗରରେ ଶେଷକୃତ୍ୟ, ବାସ ଭବନରେ ମୁଖ୍ୟମନ୍ତ୍ରୀ!

 କର୍ତ୍ତବ୍ୟ ନ୍ୟୁଜ ବ୍ୟୁରୋ: ଓଲିଉଡର ଲୋକପ୍ରିୟ ତଥା ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତିଙ୍କ ମର ଶରୀର ବାସ ଭବନରେ ପହଂଚିବା ପରେ ତାଙ୍କ ବାସଭବନଙ୍କୁ ଛୁଟିଛି ଲୋକଙ୍କ ଶୁଅ । ସେପଟେ ଭୁବନେଶ୍ୱର ବିମାନ ବନ୍ଦରରେ ପାର୍ଥିବ ଶରୀର ପହଞ୍ଚିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। କଂଗ୍ରେସର କିଛି ନେତା, ପୋଲିସ କମିଶନର, ଡିସିପି ଓ କିଛି କଳାକାର ସେଠାରେ ତାଙ୍କର ଶେଷ ଦର୍ଶନ କରିଥିଲେ। ଏହା ପରେ ମରଶରୀରକୁ ଶୋଭାଯାତ୍ରାରେ ଆମ୍ବୁଲାନ୍ସ ଯୋଗେ ବରମୁଣ୍ଡା ଜଗନ୍ନାଥବିହାର ବାସଭବନକୁ ନିଆଯାଇଥିଲା |

ଉତ୍ତମଙ୍କ ବାସଭବନରେ ତାଙ୍କ ବନ୍ଧୁବାନ୍ଧବ ଓ ଆତ୍ମୀୟ ସ୍ୱଜନଙ୍କ ସହିତ ଓଲିଉଡ଼ର ଅନେକ ଅଭିନେତା, ଅଭିନେତ୍ରୀ, ନିର୍ଦେଶକ ତାଙ୍କ ଶେଷ ଦର୍ଶନ କରିଥିବା ବେଳେ ଉତ୍ତମ ମହାନ୍ତିଙ୍କ ବାସ ଭବନରେ ପହଂଚି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ | ସ୍ବର୍ଗତ ମହାନ୍ତିଙ୍କ ବିୟୋଗ କଳାଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ | ବିଧାୟକ ଥିବା ସମୟରେ ଉତ୍ତମ ମହାନ୍ତିଙ୍କ ସହ ଥିବା ସ୍ମୃତିକୁ ମଧ୍ୟ ମନେ ପକେଇଥିଲେ ମୋହନ | ଆଉ କିଛି ସମୟ ପରେ ଆରମ୍ଭ ହେବ ତାଙ୍କ ଶେଷକୃତ୍ୟ ପାଇଁ ପ୍ରକ୍ରିୟା | ତାଙ୍କ ଶେଷକୃତ୍ୟ ଭୁବନେଶ୍ୱର ସତ୍ୟନଗର ମଶାଣିରେ ହେବାକୁ ଥିବାବେଳେ ସେଠାରେ ମଧ୍ୟ ସରିଛି ସବୁ ପ୍ରକାର ପ୍ରସ୍ତୁତି। ସେଠାରେ ଗାର୍ଡ ଅଫ୍‌ ଅନର ଦିଆଯିବା ପରେ ଶେଷକୃତ୍ୟ କରାଯିବ।

 

Spread the love