105

ଠପ୍ ହେବ ୧୦୮ ଆମ୍ବୁଲାନ୍ସ ସେବା !

କର୍ତବ୍ୟ ନ୍ୟୁଜ: ଠପ୍ ହେବ ୧୦୮ ଆମ୍ବୁଲାନ୍ସ ସେବା । ରାଜରାସ୍ତାରେ ଗଡ଼ିବନି ୧୩ ଶହ ଆମ୍ବୁଲାନ୍ସ । ନଭେମ୍ବର ୧ରେ ରାଜ୍ୟବ୍ୟାପି କାର୍ଯ୍ୟବନ୍ଦ ରଖିବେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ | ଆନ୍ଦୋଳନରେ ବସିବେ ୬ ହଜାରରୁ ଉର୍ଦ୍ଧ୍ବ ଆମ୍ବୁଲାନ୍ସ କର୍ମଚାରୀ । ନୂତନ ଠିକା ସଂସ୍ଥା, ଉଦ୍ଦେଶ୍ୟମୂଳକ ଭାବେ ୨ଶହ କର୍ମଚାରୀଙ୍କୁ କାର୍ଯ୍ୟରେ ନିୟୋଜିତ କରିନଥିବା ଅଭିଯୋଗ ହୋଇଛି । ଏହାରି ପ୍ରତିବାଦରେ ଆସନ୍ତା ୧ ତାରିଖରେ ଆନ୍ଦୋଳନ ଡାକରା ଦିଆଯାଇଛି । ସୂଚନା ଅନୁସାରେ ଆଜି ୩୦ଟି ଜିଲ୍ଲାର ଅଫ୍ ଡ୍ୟୁଟି କର୍ମଚାରୀମାନଙ୍କୁ ନେଇ ଜିଲ୍ଳାପାଳ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିବ ମହାସଂଘ ।

Spread the love