195

୪୬ ରନରେ ଅଲଆଉଟ୍ ଟିମ ଇଣ୍ଡିଆ

ଭୁବନେଶ୍ବର: ୪୬ ରନରେ ଅଲଆଉଟ୍ ଟିମ ଇଣ୍ଡିଆ । ବେଙ୍ଗାଲୁରୁରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ଟିମ ଇଣ୍ଡିଆ ୪୬ ରନରେ ଅଲଆଉଟ୍ ହୋଇଛି । ଏହା ଭାରତୀୟ କ୍ରିକେଟ ଦଳର  ସର୍ବକାଳୀନ ତୃତୀୟ ସର୍ବନିମ୍ନ ସ୍କୋର । ଦଳ ପକ୍ଷରୁ ରିଷଭ ପନ୍ଥ ସର୍ବାଧିକ ୨୦ ରନ୍‌ କରିଥିବା ବେଳେ ନ୍ୟୁଜିଲାଣ୍ଡ ପକ୍ଷରୁ ମାଟ ହେନେରୀ ୫ଟି ଓ୍ୱିକେଟ୍‌ ନେଇଛନ୍ତି । ବୁଧବାରଠୁ ଆରମ୍ଭ ହେବାର ଥିଲା ପ୍ରଥମ ଟେଷ୍ଟ ମ୍ୟାଚ୍‌ । ହେଲେ ବର୍ଷା ଯୋଗୁ ପ୍ରଥମ ଦିନରେ ଖେଳା ଯାଇନଥିଲା । ଗୁରୁବାର ଦିନ ଦ୍ବିତୀୟ ଦିନରେ ଆରମ୍ଭ ହୋଇଥିଲା ଖେଳ । ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ ରୋହିତ ଶର୍ମା । ହେଲେ ଏହି ନିଷ୍ପତ୍ତି ଟିମ୍‌ ପାଇଁ ଭାରି ପଡିଥିଲା । ନ୍ୟୁଜିଲାଣ୍ଡର ବୋଲିଂକୁ ଠିକଣା ଭାବେ ମୁକାବିଲା କରିପାରିନଥିଲେ ଭାରତୀୟ ବ୍ୟାଟର । ଶେଷରେ ବଡ଼ ବ୍ୟାଟିଂ ବିପର୍ଯ୍ୟୟ ସାମ୍ନା କରିଛି ରୋହିତ ବାହିନୀ । ପ୍ରଥମ ଇନିଂସରେ ଏପରି ବ୍ୟାଟିଂ ବିପର୍ଯ୍ୟୟ ହୋଇଥିଲା ଯେ, ଟିମ୍ ଇଣ୍ଡିଆର ୫ ଜଣ ବ୍ୟାଟର୍ ଶୂନ ରନରେ ଆଉଟ୍ ହୋଇ ଯାଇଛନ୍ତି । ବିରାଟ କୋହଲୀ, ସର୍ଫରାଜ୍ ଖାନ୍‍ , କେ.ଏଲ୍ ରାହୁଲ୍‍ ରବୀନ୍ଦ୍ର ଜାଡେଜା ଏବଂ ରବିଚନ୍ଦ୍ରନ ଅଶ୍ବିନୀ ଖାତା ଖୋଲି ପାରିନଥିଲେ । ଦଳ ପକ୍ଷରୁ ଋଷଭ ପନ୍ତ ସର୍ବାଧିକ ୨୦ ରନ୍ କରିଛନ୍ତି । ଟିମ୍‌ ଇଣ୍ଡିଆ ପ୍ରଥମ ଇନିଂସରେ ମାତ୍ର ୩୧ ଓଭର ୨ଟି ବଲରେ ଅଲଆଉଟ ହୋଇଯାଇଛି । ସେପଟେ ବୋଲିଂରେ ନ୍ୟୁଜିଲାଣ୍ଡ ପକ୍ଷରୁ   ମ୍ୟାଟ୍ ହେନରୀ ୫ଟି ୱିକେଟ୍ ଏବଂ ୱିଲିୟମ୍ ଓରେର୍କେ ୪ଟି ୱିକେଟ୍ ନେଇ ଭାରତୀୟ ଦଳର ବିପର୍ଯ୍ୟୟ ଘଟାଇଛନ୍ତି । ଆଉ ଦଳ ଅଭିଜ୍ଞ ଟିମ୍‌ ସାଉଦିଙ୍କ ଖାତାକୁ ଯାଇଛି ଗୋଟିଏ ଓ୍ୱିକେଟ୍‌ ।

Spread the love