472

ସରପଞ୍ଚ ବିଜେଡି ପଲଙ୍କରେ ସୋଇଥିବା ବେଳେ ହଟହଟା ରେ ଜନତା!

ଜଗତସିଂହପୁର: ଜଗତସିଂହପୁର ନିର୍ବାଚନମଣ୍ଡଳୀ ଏଭଳି ଏକ ପଞ୍ଚାୟତ ଯେଉଁଠି ବିଜେଡି ସରକାର ବଦଳିବା ପରେ ବି ସରପଞ୍ଚ ବିଜେଡି ପଲଙ୍କରେ ସୋଇକି ରହିଛନ୍ତି। ଅନ୍ୟପଟେ ଜନତା ହଟହଟା ର ଶିକାର ହେଉଛନ୍ତି। ଜଗତସିଂହପୁର ବ୍ଲକ ସଦର ସୋଭାମୁଳ ପଞ୍ଚାୟତ ରେ ଦୀର୍ଘ ୨୫ ବର୍ଷର ବିଜେଡି ସାସନ କାଳରେ ଚାଲିଥିଲା ଦୃର୍ନୀତି ର ସିମା ଲଙ୍ଘିଥିବା ଘଟଣା। ଯାହାକି ପଞ୍ଚାୟତ ରେ ଦୁଇ ଦୁଇଟା ପାଣୀଟାଙ୍କୀ ଅଛି ହେଲେ ଏବେବି କେତୋଟି ଗ୍ରାମରେ ପାଇପ୍ ନାହଁ କି ପାଣି ନାହଁ । ପଞ୍ଚାୟତ ରେ ଗରିବ ହିତାଧିକାରୀ ବାଦ ପଡ଼ିଥିବା ବେଳେ ଅଯୋଗ୍ୟ ହିତାଧୀକାରୀ ପ୍ରଧାନମନ୍ତ୍ରୀ ଆବାସ ଓ ରାସନ୍ ଓ ଭତ୍ତା ହାତେଇ ଛନ୍ତି। ବିଭିନ୍ନ ଗ୍ରାମରେ ରାସ୍ତାରେ ପାଣି ଭରିଥିବା ଯୋଗୁଁ ଲୋକେ ହନ୍ତସନ୍ତ ହେଉଥିବା ବେଳେ ଜଳନିଷ୍କାସନ ହୋଇପାରୁନି ମସାମାଛି ଙ୍କ ଆକ୍ରମଣ ଓ ବର୍ତମାନ ଚାଷି ଙ୍କ ଖେତରେ ପାଣି ବୁଡିଜିବାକୁ ବସିଲାଣି ହେଲେ ସଫେଇ ରେ ଦଳସଫେଇ ହୋଇପାରିନାହିଁ।

ଅନ୍ୟପଟରେ ଗ୍ରାମରେ ପଞ୍ଚାୟତ ପଖ୍ୟରୁ ଲଗାଯାଇଥିବା ଷ୍ଟିଟଲାଇଟ ସବୁ ଅଚଳ ହୋଇ ଗ୍ରାମବାସୀ ଅନ୍ଧାର ରେ ହେଲେ ଠିକାଦାର ର ଦେଖାନାହିଁ। ଅନ୍ୟପଟେ ପଞ୍ଚାୟତ ରେ ଲଖ୍ମି ବସଷ୍ଟାଣ୍ଡ ର ନିର୍ମାଣ ଏତେ ନିମ୍ନମାନର କାମକରି ଲଖ୍ୟାଧିକ ସରକାରୀ ଅର୍ଥ କୁ ଠିକାଦାର ଲୁଟ୍ କରିଥିବା ବେଳେ। ଷ୍ଟାଣ୍ଡ ଟି ବର୍ତମାନ ଭାଙ୍ଗିବା କୁ ବସିଥିବା ସମରେ ଠିକାଦାର ବ୍ଲକ୍ ଜେଇ ଓ ସରପଞ୍ଚ ଙ୍କୁ ହାତରେ ରଖି ପ୍ୟାଚ କରିବା ସହିତ ନିମ୍ନମାନର କଲରମାରି ପ୍ରାସାସନିକ ଅଧିକାରୀ ମାନଙ୍କ ସହିତ ଲୁଟ୍ କରୁଛନ୍ତି ବୋଲି ସାଧାରଣ ରେ ଏକ ଚର୍ଚ୍ଚା ଜୋର ଧରିଲାଣୀ।ହେଲେ ସରପଞ୍ଚ ଙ୍କ ବିଜେଡି ପଲଙ୍କରେ ସୋଇକି ନିଦ ଭାଙ୍ଗୁନି ଜାହାକୁ ନେଇ ସାଧାରଣ ଜନତା ନାନାପ୍ରକାର ସମସ୍ୟା ସମ୍ମୁଖିନ ହେଉଥିବା ଆଣିଲେ ସଙ୍ଗିନ ଅଭିଯୋଗ।ହେଲେ ବିଜେଡି ପଲଙ୍କରେ ସୋଇଥିବା ପ୍ରାସାସନିକ ଅଧିକାରୀ ମାନଙ୍କ ଏଭଳି ପଞ୍ଚାୟତ ଉପରେ ପଡୁନି ନଜର ପଡୁନାହିଁ। ଜାହାକୁ ନେଇ ସାଧାରଣ ଜନତା ଆଜି ଏଭଳି ଘଟଣା ର ଶିକାର ହେଉଛନ୍ତି ବୋଲି ସାଧାରଣ ରେ ଏକ ପ୍ରଶ୍ନବାଚୀ ଛିଡ଼ା କରିଛି।ତେବେ ଦେଖିବାର ଅଛି ଜଗତସିଂହପୁର ଜିଲ୍ଲା ପ୍ରଶାସନର କେବେ ଦୃର୍ନିତିଖୋର ଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି

Spread the love