132

ବିନା ଅନୁମତିରେ ଚାଲିଛି ମେଡ଼ିସିନ ଦୋକାନ ଏବେ ନୂଆ ସରକାରଙ୍କ ନୂଆ ଆଇନ୍ ଦେବ ସବୁ ଦୁର୍ନୀତିର ଚେର ଓପାଡ଼ି !

ରାଉରକେଲା: ଦର୍ଶକ ବନ୍ଧୁ ରାଉରକେଲା ଟ୍ରାଫିକ ଛକ ଡେଲି ମାର୍କେଟରେ ବିନା ପରିମିସନରେ
ଚାଲିଛି ବେଆଇନ୍ ମେଡ଼ିସିନ ଦୋକାନ । ଆଜ୍ଞା ହଁ ଦର୍ଶକ ବନ୍ଧୁ ଦୀର୍ଘ ଦିନ ଧରି ଚାଲି ଆସୁଥିବା ସଂଜୀବନୀ ହୋମିଓ ମେଡ଼ିସିନ ଷ୍ଟୋରରେ ବସୁଛନ୍ତି ଡାକ୍ତର । ରୋଗୀ ସେବା ଓ ରୋଗ ନିରାକରଣ ନାଁ ରେ ଚାଲିଛି ଦୁର୍ନୀତି ବେପାର।

ଯେଉଁ ସ୍ଥାନରେ ମେଡ଼ିସିନ ଷ୍ଟୋର ଅଛି ତାହା ସରକାରୀ ଜାଗା । କିନ୍ତୁ ସରକାରୀ ନିୟମ ଓ ଆଇନ୍ କାନୁନ୍ ସବୁ ଫୁ କରି ଉଡ଼େଇ ଦେଇଛନ୍ତି ଗରିବଙ୍କ ତଣ୍ଟି ଚିପି ନିଜର ପେଟ ଭର୍ତ୍ତି ଓ ପକେଟ୍ ଗରମ କରିଥିବା ବାବୁ ଜଣକ। ସ୍ଵୀକୃତି ନଥାଇ ଜାଣି ଶୁଣି ନିଜେ ଟଙ୍କା ଗଦାରେ ଶୋଇବା ପାଇଁ ଲୋକଙ୍କ ଜୀବନ ସହିତ ଖେଳ ଖେଳିଯାଉଛି ।

ଏଠି ପ୍ରଶ୍ନ ଉଠୁଛି ସରକାରୀ ଜମିରେ କାହା ପରିମିସନରେ ଖୋଲା ଯାଇଛି ମେଡ଼ିସିନ ଷ୍ଟୋର ? କାହା ଛତ୍ରଛାୟାରେ ଚାଲିଛି ମେଡ଼ିସିନ ଷ୍ଟୋର ? ଜନସାଧାରଣଙ୍କ ଜୀବନକୁ ନେଇ ଖେଳ ଖେଳିବାକୁ ଏହି ଦୋକାନୀ ବାବୁଙ୍କୁ କିଏ ଅଧିକାର ଦେଲା ?

ହୋମିଓପାତି ଔଷଧରେ ଆଲକୋହଲର ଭାଗ ଅଛି ସେଠି ସରକାରୀ କାଗଜପତ୍ର ନ ଥାଇ କିପରି ଭାବରେ ମେଡ଼ିସିନ ବିକ୍ରି ହେଉଛି ? ବିନା କାଗଜ ପତ୍ରରେ କେମିତି ଏତେ ବଡ଼ ସାହସ କଲେ ଦୋକାନୀ ବାବୁ ? ତେବେ ଏହି ବେଆଇନ୍ ମେଡ଼ିସିନ୍ ଜମାଳାୟ ପାଇଁ ଜନସାଧାରଣଙ୍କ ଜୀବନକୁ ନେଇ ଅନେକ ଗୁଡିଏ ପ୍ରଶ୍ନବାଚୀ ସୃଷ୍ଟି ହେଉଥିବା ବେଳେ ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ପ୍ରଶାସନ ଏ ଦିଗରେ କି ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

Spread the love