ଭୁବନେଶ୍ୱର: ଓଡ଼ିଶାର ୪ଟି ଜିଲ୍ଲାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ (IMD)। ଆସନ୍ତା ୩ ଘଣ୍ଟା ମଧ୍ୟରେ ଏହି ଜିଲ୍ଲାଗୁଡ଼ିକର କିଛି ସ୍ଥାନରେ ଘଡ଼ଘଡ଼ି ସହ ହାଲୁକା ବର୍ଷା ହେବାର ଆଶଙ୍କା ରହିଛି।
ଭୁବନେଶ୍ୱରସ୍ଥିତ ପାଣିପାଗ କେନ୍ଦ୍ର ପକ୍ଷରୁ ସୋମବାର ଅପରାହ୍ନ ୫ଟା ୧୦ ମିନିଟ୍ରେ ଜାରି ହୋଇଥିବା ନୋକାଷ୍ଟ ଚେତାବନୀ ଅନୁଯାୟୀ, ରାୟଗଡ଼ା, ଗଜପତି, ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାକୁ ଏହି ସତର୍କ ସୂଚନା ଦିଆଯାଇଛି।
ପାଣିପାଗର ପରିବର୍ତ୍ତନ ଉପରେ ନଜର ରଖିବା ସହ ପାଗ ଖରାପ ହେଲେ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି।