190

ଦାରିଙ୍ଗବାଡ଼ିରେ ଓଡିଶା ବନ୍ଦର ପ୍ରଭାବ, ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି!

କନ୍ଧମାଳ: କନ୍ଧମାଳ ଜିଲ୍ଲା ସମେତ ସାରା ରାଜ୍ୟରେ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ଓଡିଶା ବନ୍ଦ ଡାକର ପ୍ରଭାବ ଦାରିଙ୍ଗବାଡ଼ିରେ ମଧ୍ୟ ଦେଖିବାକୁ ମିଳିଛି। ଯାନବାହାନ ଚଳାଚଳ ପ୍ରଭାବିତ ହେବା ସହ ବନ୍ଦକୁ ସମର୍ଥନ କରି ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମୀମାନେ ପିକେଟିଂ କରିଥିବା ଦେଖାଯାଇଛି।

ବନ୍ଦ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ଓଡ଼ିଶାର ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କରିଛି କଂଗ୍ରେସ। ବିଶେଷକରି ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ନେଇ ଦଳ ପକ୍ଷରୁ ପ୍ରଶ୍ନ ଉଠାଯାଇଛି।

କଂଗ୍ରେସର ଅଭିଯୋଗ ଅନୁସାରେ, ସରକାରୀ ବିଦ୍ୟାଳୟଗୁଡ଼ିକରେ ଶିକ୍ଷାଦାନ ବ୍ୟବସ୍ଥାରେ ଅନିୟମିତତା, ଛାତ୍ରଛାତ୍ରୀଙ୍କ ପ୍ରତି ନିର୍ଯାତନା, କେତେକ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଓ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ଅନିୟମିତତା ସହ ମଧ୍ୟାହ୍ନ ଭୋଜନ ଓ ଅନ୍ୟାନ୍ୟ ସରକାରୀ ବ୍ୟବସ୍ଥାରେ ଅନିୟମିତତା ହେଉଥିବା ଦଳ ଅଭିଯୋଗ କରିଛି।

ଏଥିସହ ପାଠ୍ୟପୁସ୍ତକରେ ପାଠ ବଦଳରେ ହିନ୍ଦୀ ଗୀତ ସମ୍ପର୍କିତ ବିଷୟବସ୍ତୁ ଥିବା ନେଇ ମଧ୍ୟ କଂଗ୍ରେସ ପ୍ରଶ୍ନ ଉଠାଇଛି। ଏସବୁ ପ୍ରସଙ୍ଗରେ ସରକାରଙ୍କ ଜବାବଦେହିତା ଦାବି କରିବା ସହ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଇସ୍ତଫା ଦେବା ଉଚିତ ବୋଲି କଂଗ୍ରେସ ଦାବି କରିଛି।

ଦାରିଙ୍ଗବାଡ଼ିରେ ବନ୍ଦ ପାଳନର ପ୍ରଭାବରେ ଯାନବାହାନ ଚଳାଚଳ ଓ ଦୋକାନବଜାର ପ୍ରଭାବିତ ହୋଇଥିବା ବେଳେ କଂଗ୍ରେସ କର୍ମୀମାନେ ବନ୍ଦକୁ ସଫଳ କରିବା ପାଇଁ ରାସ୍ତାକୁ ଓହ୍ଲାଇଥିଲେ।

 

Spread the love