100

ଖୋର୍ଦ୍ଧା ଜିଲ୍ଲା ପୋଲିସରେ ବଡ଼ ଧରଣର ଅଦଳବଦଳ: ୧୦ ଇନ୍ସପେକ୍ଟରଙ୍କ ବଦଳି

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ପୋଲିସରେ ଇନ୍ସପେକ୍ଟର ସ୍ତରରେ ବଡ଼ ଧରଣର ଅଦଳବଦଳ କରାଯାଇଛି। ଜିଲ୍ଲାର ବିଭିନ୍ନ ଥାନାରେ ଖାଲି ପଦବୀ ପୂରଣ, ପ୍ରଶାସନିକ ଆବଶ୍ୟକତା ଓ ଜନସ୍ୱାର୍ଥକୁ ଦୃଷ୍ଟିରେ ରଖି ମୋଟ ୧୦ ଜଣ ଇନ୍ସପେକ୍ଟରଙ୍କୁ ନୂଆ ସ୍ଥାନରେ ନିଯୁକ୍ତି ଦିଆଯାଇଛି।

ଏନେଇ ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଦେଶ ଜାରି କରାଯାଇଛି। ବଦଳି ଅନୁଯାୟୀ ବିଭିନ୍ନ ଥାନା ଓ ପୋଲିସ କାର୍ଯ୍ୟାଳୟରେ ଦାୟିତ୍ୱରେ ପରିବର୍ତ୍ତନ ହୋଇଛି।

କାହାର କେଉଁଠି ପୋଷ୍ଟିଂ

1. ଇନ୍ସପେକ୍ଟର କାହ୍ନୁ ଚରଣ ସ୍ୱାଇଁ — ବେଗୁନିଆ ଥାନାର ଆଇଆଇସିରୁ ବୋଲଗଡ଼ ଥାନାର ଆଇଆଇସି।

2. ଇନ୍ସପେକ୍ଟର ସୁକାନ୍ତ କୁମାର ଦଳାଇ — ବୋଲଗଡ଼ ଥାନାର ଆଇଆଇସିରୁ ବେଗୁନିଆ ଥାନାର ଆଇଆଇସି।

3. ଇନ୍ସପେକ୍ଟର ରୀନାରାଣୀ ସାହୁ — ହେଡକ୍ୱାର୍ଟର୍ସ, ଡିପିଓ ଖୋର୍ଦ୍ଧାରୁ ନିରାକାରପୁର ଥାନାର ଆଇଆଇସି।

4. ଇନ୍ସପେକ୍ଟର ବିଶ୍ୱଜିତ ରାଉତରାୟ — ନିରାକାରପୁର ଥାନାର ଆଇଆଇସିରୁ ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟ୍ ଥାନାର ଆଇଆଇସି।

5. ଇନ୍ସପେକ୍ଟର ରମେଶ କୁମାର ଦେବତା — ଡିସିଆର୍‌ବି, ଡିପିଓ ଖୋର୍ଦ୍ଧାରୁ ମଡେଲ୍ ଥାନା, ଖୋର୍ଦ୍ଧାର ଆଇଆଇସି।

6. ଇନ୍ସପେକ୍ଟର ଭାଗ୍ୟଶ୍ରୀ ବେହେରା — ସିସି ଆଣ୍ଡ ଇଓ, ପିଏସ୍ ଖୋର୍ଦ୍ଧାରୁ ବାଘମାରୀ ଥାନାର ଆଇଆଇସି।

7. ଇନ୍ସପେକ୍ଟର ଚନ୍ଦ୍ରଶେଖର ଜେନା — ସିସି ଆଣ୍ଡ ଇଓ, ପିଏସ୍ ଖୋର୍ଦ୍ଧାରୁ ଜଙ୍କିଆ ଥାନାର ଆଇଆଇସି।

8. ଇନ୍ସପେକ୍ଟର ସଞ୍ଜୟ କୁମାର ନାୟକ — ମଡେଲ୍ ଥାନା, ଖୋର୍ଦ୍ଧାର ଆଇଆଇସିରୁ ଡିଆଇବି, ଡିପିଓ ଖୋର୍ଦ୍ଧା।

9. ଇନ୍ସପେକ୍ଟର ସୁଶାନ୍ତ କୁମାର ବେହେରା — ଡିଆଇବି, ଡିପିଓ ଖୋର୍ଦ୍ଧାରୁ ସିସି ଆଣ୍ଡ ଇଓ, ପିଏସ୍ ଖୋର୍ଦ୍ଧା।

10. ଇନ୍ସପେକ୍ଟର ଉମେଶ ସାହୁ — ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟ୍ ଥାନାର ଆଇଆଇସିରୁ ଡିସିଆର୍‌ବି, ଡିପିଓ ଖୋର୍ଦ୍ଧା।

ଏହି ବଦଳି ପରେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଥାନାରେ ପୋଲିସ ପ୍ରଶାସନିକ ବ୍ୟବସ୍ଥା ଆହୁରି ସୁଦୃଢ଼ ହେବା ସହ ଆଇନଶୃଙ୍ଖଳା ପରିଚାଳନାରେ ଏହା ସହାୟକ ହେବ ବୋଲି ଆଶା କରାଯାଉଛି।

 

 

Spread the love