ଖୋର୍ଦ୍ଧା: ଖୋର୍ଦ୍ଧା ରୋଡ଼ ରେଳ ଡିଭିଜନ ଅନ୍ତର୍ଗତ ନିରାକାରପୁର ରେଳ ଷ୍ଟେସନରେ ଗୋଟିଏ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଗୁରୁବାର ସକାଳେ ଏକ ନମ୍ବର ଏବଂ ଦୁଇ ନମ୍ବର ପ୍ଲାଟଫର୍ମ ମଝିରେ ଥିବା ରେଳ ଧାରଣା ନିକଟରୁ ମୃତଦେହଟି ମିଳିଥିଲା | ଖବର ପାଇ ନିରାକାରପୁର ରେଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା।
ପୋଲିସର ପ୍ରାଥମିକ ତଦନ୍ତ ଅନୁଯାୟୀ ଯୁବକ ଜଣକ କୌଣସି ଚଳନ୍ତା ଟ୍ରେନରୁ ଖସି ପଡିଥିବା ଅନୁମାନ କରାଯାଇଛି | ପୋଲିସ କହିବା ଅନୁଯାୟୀ, ମୃତ ଯୁବକଙ୍କ ନାମ ପ୍ରଦୀପ ବର୍ମନ |ତାଙ୍କ ଘର ପଶ୍ଚିମବଙ୍ଗରେ ବୋଲି ଜଣାପଡିଛି। ମୃତକଙ୍କ ଆନୁମାନିକ ବୟସ 54 ବର୍ଷ ବୋଲି ଜଣା ପଡ଼ିଛି |ଘଟଣାସ୍ଥଳରୁ ପୋଲିସ ଗୋଟିଏ କି-ପ୍ୟାଡ ମୋବାଇଲ୍ ଜବତ କରିଛି |ଏ ସମ୍ପର୍କରେ ନିରାକାରପୁର ରେଳ ପୋଲିସ ଏକ ଅପମୃତ୍ୟୁ ମାମଲା ନମ୍ବର 42/26 ରୁଜୁ କରି ତଦନ୍ତ ଆରମ୍ଭ କରିଛି |ମୃତଦେହକୁ ପୋଷ୍ଟମର୍ଟମ୍ ପାଇଁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଯାଇଛି |ମୃତକଙ୍କ ପରିବାର ଲୋକଙ୍କୁ ଖବର ଦେବା ପାଇଁ ପୋଲିସ ପକ୍ଷରୁ ଉଦ୍ୟମ ଜାରି ରହିଛି |