119

ଯୁବତୀଙ୍କ ସନ୍ଦେହ ଜନକ ମୃତ୍ୟୁ!, ବେକରେ ଥିବା ଦାଗକୁ ନେଇ ସନ୍ଦେହ!

କଟକ (ରିପୋର୍ଟର – ରଞ୍ଜନ କୁମାର ନାୟକ): ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ ତେନ୍ତୋଳ ଗ୍ରାମର ଦଳିତ ବସ୍ତିର ଜଣେ ୨୨ ବର୍ଷୀୟା ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ରହସ୍ୟ ଘନୀଭୂତ ହୋଇଛି। ପରିବାର ଲୋକଙ୍କ ଅଭିଯୋଗକୁ ଆଧାର କରି ସାଲେପୁର ପୋଲିସ ହତ୍ୟା ମାମଲା ରୁଜ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ, ପ୍ରାୟ ୬ ଦିନ ପୂର୍ବେ ଯୁବତୀଙ୍କୁ ଘର ଭିତରେ ସନ୍ଦେହଜନକ ଅବସ୍ଥାରେ ପଡ଼ିଥିବା ଦେଖି ପରିବାର ଲୋକ ଉଦ୍ଧାର କରି ତୁରନ୍ତ ମେଡିକାଲକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଯୁବତୀଙ୍କ ବେକରେ ଥିବା ଗଭୀର ଆଘାତ ଘଟଣାକୁ ଅଧିକ ସନ୍ଦେହଜନକ କରିଛି। ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ଯୁବତୀ ଭୋର ସମୟରେ ଫୁଲ ତୋଳିବା ପାଇଁ ଘରୁ ବାହାରିଥିଲେ। ସେଠାରେ କେହି ତାଙ୍କୁ ହତ୍ୟା କରି ପରିବାର ଲୋକ ଉଠିବା ପୂର୍ବରୁ ମୃତଦେହକୁ ଘରେ ଆଣି ଶୁଆଇ ଦେଇଥିବା ସନ୍ଦେହ କରି ସେମାନେ ପୋଲିସରେ ଲିଖିତ ଅଭିଯୋଗ କରିଛନ୍ତି।

ଏନେଇ ସାଲେପୁର ଏସଡିପିଓ କହିଛନ୍ତି ଯେ, ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଚାଲିଛି। ପୋଲିସ ହତ୍ୟା ମାମଲା ରୁଜ କରିଥିବା ବେଳେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବା ପାଇଁ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରାଯାଇଛି।

 

Spread the love