କର୍ତ୍ତବ୍ୟ ନ୍ୟୁଜ ବ୍ୟୁରୋ: ଭୁବନେଶ୍ୱର ଉପକଣ୍ଠ ଶ୍ୟାମପୁର ଅଞ୍ଚଳରେ ବସ୍ତି ବାସିନ୍ଦାଙ୍କ ସପକ୍ଷରେ ଆନ୍ଦୋଳନକୁ ଓହ୍ଲାଇଲା ଆମ ଆଦମୀ ପାର୍ଟି | ନିକଟରେ ବିଡିଏ ପକ୍ଷରୁ ଭୁବନେଶ୍ୱର ଶ୍ୟାମପୁରରେ ବଡ଼ ଧରଣର ଉଛେଦ କରାଯାଇଥିଲା | ପ୍ରାୟ ୬୮ ଏକର ଜମି ଜବରଦଖଲ ପାଇଁ ବିଡିଏ ପକ୍ଷରୁ ଏହି ଉଛେଦ କରାଯାଇଛି । ବୁଲଡୋଜର ମାଡ଼ରେ ମାଟିରେ ମିଶିଛି ଶହେରୁ ଉର୍ଦ୍ଧ୍ବ ଘର | ଏହି ପରିପ୍ରେକ୍ଷୀରେ ଆଜି ଓଡିଶା ଆମ ଆଦମୀ ପାର୍ଟିର ଏକ ପ୍ରତିନିଧି ଦଳ ଉଛେଦରେ ବାସଗୃହ ହରାଇଥିବା ପରିବାର ମାନଙ୍କୁ ଭେଟିବା ସହ ସେମାନଙ୍କ ଥଇଥାନ ପାଇଁ ଦାବି କରିଛି |
ଆମ୍ ଆଦମୀ ପାର୍ଟିର ରାଜ୍ୟ ସଂଗଠନ ସମ୍ପାଦକ ସନ୍ଦୀପ୍ତ ଦାସଙ୍କ ନେତୃତ୍ୱରେ ଶତାଧିକ ବିସ୍ଥାପିତ ପରିବାର ଏକାଠି ହୋଇ ସରକାରଙ୍କ ନିକଟରେ ୪ ଦଫା ଦାବି ଜଣାଇବାକୁ ସହମତି ପ୍ରକାଶ କରିଛନ୍ତି ।
ଶ୍ରୀଯୁକ୍ତ ଦାସ୍ ତୁରନ୍ତ ବସ୍ତି ବାସିନ୍ଦାଙ୍କୁ ଥଇଥାନ ସହ ସେମାନଙ୍କୁ କ୍ଷତିପୂରଣ ପ୍ରଦାନ ଓ ସମସ୍ତ ବିସ୍ଥାପିତ ପରିବାରଙ୍କୁ ପାନୀୟ ଜଳ ଓ ଭୋଜନର ବ୍ୟବସ୍ଥା ସହ ଆଶ୍ରୟ ସ୍ଥଳୀରେ ରଖିବା ପାଇଁ ଦୃଢ଼ ଦାବୀ ଜଣାଇଥିଲେ। ଆମ୍ ଆଦମୀ ପାର୍ଟି ଶ୍ୟାମପୁର ବସ୍ତି ବାସିନ୍ଦାଙ୍କ ହକ୍ ପାଇଁ ଲଢେଇ ଜାରି ରଖିବ ବୋଲି ପ୍ରତିଶୃତି ପ୍ରଦାନ କରିଛନ୍ତି ଭୁବନେଶ୍ୱର ସଭାପତି ଶ୍ରୀ ଜୟସୂର୍ଯ୍ୟ କାନୁନଗୋ | ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶାରଦା ପ୍ରସାଦ ଦାଶ, ମହିକ ନେତ୍ରୀ ଜ୍ୟୋତିର୍ମୟୀ ନାୟକ, ପୁରୁଷୋତ୍ତମ ଚାନ୍ଦ ପ୍ରମୁଖ ଉପସ୍ଥିତ ରହି ବସ୍ତି ଆନ୍ଦୋଳନକୁ ସମର୍ଥନ ଜଣାଇଥିଲେ।