366

ଘରେ ଗ୍ୟାସ୍ ଲିକ୍‌ରୁ ଅଗ୍ନିକାଣ୍ଡ ଘଟଣା, ମୃତ୍ୟୁବରଣ କଲେ ଆଉ ଜଣେ ସଦସ୍ୟ!

ନୟାଗଡ: ନୟାଗଡ ଜିଲ୍ଲା ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ୬ ନମ୍ବର ବଡ଼ଦାଣ୍ଡ ସାହିରେ ଚଳିତ ମାସ ୧୨ତାରିଖ ସନ୍ଧ୍ୟାରେ ଗ୍ୟାସ ଲିକରୁ ହୋଇଥିବା ଅଗ୍ନିକାଣ୍ଡ ଘଟଣାରେ ଶୁକ୍ରବାର ଅପରାହ୍ନରେ ଆଉ ଜଣଙ୍କର ମୃତ୍ୟୁ ଘଟିଥ‌ିବା ଜଣାପଡିଛି । ମୃତକ ଜଣକ ହେଲେ ଲଳିତ ପ୍ରହରାଜ (୩୮) ।

ତେବେ ଘଟଣା ପରବର୍ତୀ ୧୩ ତାରିଖରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିଛି । ଲଳିତ ରଣପୁର ଅଞ୍ଚଳରେ ଜଣେ ଫୁଟବଲ ଓ କ୍ରିକେଟ ଖେଳାଳି ଭାବେ ଜଣାଶୁଣା ଥିଲେ I ତାଙ୍କ ମୃତ୍ୟୁ ଖବର ପ୍ରଚାର ହେବା ମାତ୍ରେ ସମଗ୍ର ଅଞ୍ଚଳରେ ଯୁବ ଗୋଷ୍ଠୀଙ୍କ ମଧ୍ୟରେ ଅତ୍ୟନ୍ତ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ତେଣେ ଉକ୍ତ ଅଗ୍ନିକାଣ୍ଡ ଘଟଣାରେ ଗୁରୁତର ହୋଇଥିବା ଲଳିତଙ୍କ ପିତା ସନ୍ତୋଷ ପ୍ରହରାଜ, ଘର କାମରେ ସହଯୋଗ କରୁଥିବା ଅଇଁଠି ବାରିକ ଏବେ ସୁଦ୍ଧା ଏମ୍ସ ହସ୍ପିଟାଲରେ ଚିକିତ୍ସାଧନ ଅଛନ୍ତି ।

Spread the love