101

ବାଲୁଗାଁ ପୋଲିସର ବଡ ଧରପଗଡ: ବେଆଇନ ବାଲି ବୋଝେଇ ଟ୍ରକ ଜବତ!

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ବେଆଇନ ବାଲି ଚାଲାଣ ରୋକିବାକୁ ପୋଲିସ ପକ୍ଷରୁ କଡା ଅଭିଯାନ ଜାରି ରହିଛି। ଏହି କ୍ରମରେ ଆଜି ଅପରାହ୍ନ ସମୟରେ ବାଲୁଗାଁ ଥାନା ପୋଲିସକୁ ଏକ ବଡ ସଫଳତା ମିଳିଛି।

ବାଲୁଗାଁ ଥାନା ଅନ୍ତର୍ଗତ ପାଇକକୋସଡିହ ଛକ ନିକଟରେ ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ଏକ ସନ୍ଦେହଜନକ ବାଲି ବୋଝେଇ ଗାଡିକୁ ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ଗାଡିର କୌଣସି ବୈଧ କାଗଜପତ୍ର ନଥିବାରୁ ପୋଲିସ ଗାଡିଟିକୁ ଜବତ କରିଛି।

ଗିରଫ ଅଭିଯୁକ୍ତ ଜଣକ ହେଲେ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ରାଜସୁନାଖଳା ଅଞ୍ଚଳର ଜିତେନ୍ଦ୍ର କଳସୀ, ପିତା – ପ୍ରଭାକର କଳସୀ। ସେ ବେଆଇନ ଭାବେ ବାଲି ପରିବହନ କରୁଥିବା ଅଭିଯୋଗ ହୋଇଛି।

ଏ ନେଇ ବାଲୁଗାଁ ଥାନାରେ କେସ୍ ନଂ ୪୦୮/୨୬ ରେ ଏକ ମାମଲା ରୁଜୁ କରାଯାଇଛି। ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହା ସହ ଜବତ ଗାଡିକୁ ନେଇ ଅଧିକ ତଦନ୍ତ ଜାରି ରହିଛି।

ଆଗକୁ ମଧ୍ୟ ଏଭଳି ବେଆଇନ ବାଲି ଚାଲାଣ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବାଲୁଗାଁ ପୋଲିସ ପକ୍ଷରୁ କୁହାଯାଇଛି।

Spread the love