186

ଆରମ୍ଭ ହେଲା ଉମାମହେଶ୍ୱରଙ୍କ ଦଣ୍ଡ ଯାତ୍ରା!

ଖୋର୍ଦ୍ଧା: ବାଲୁଗାଁ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ଆରାଧ୍ୟ ଶ୍ରୀ ଶ୍ରୀ ଉମାମହେଶ୍ଵର ଦେବଙ୍କ ଦଣ୍ଡ ନୃତ୍ୟ ଆରମ୍ଭ ହୋଇଛି | ଏହି ଯାତ୍ରା ୨୧ ଦିନ ଧରି ପରିବେଷଣ ହେବ | ମଙ୍ଗଳବାର ମଧ୍ୟରାତ୍ରିରୁ ନିଶାଘାଟରେ ପାଟଭଗତା, ପାଟ ଦଣ୍ଡୁଆ ସମେତ ୧୩ ଭଗତା ଉମାମହେଶ୍ଵର ମନ୍ଦିର ପ୍ରାଙ୍ଗଣରେ ନୀତିକାନ୍ତି କାର୍ଯ୍ୟ ସମ୍ପାଦନ କରିଥିଲେ। ରୀତିନୀତି ଅନୁସାରେ ବୁଧବାର ପୂର୍ବାହ୍ନରେ ସୂର୍ଯ୍ୟ ପୂଜା, ଅଗ୍ନି ପୂଜା, କାଳିକା ପୂଜା,କାମନା ପୂଜା,ଦଶ ଦିଗପାଳ ପୂଜା ପରେ ଦଣ୍ଡ ଠାକୁର ବାହାରିଥିଲେ |

ଉମାମହେଶ୍ଵର ମନ୍ଦିରରୁ ଆଜ୍ଞାମାଳ ନେଇ ସାହି ପରିକ୍ରମା କରି ସନ୍ଧ୍ୟାରେ ପାଟଣା ସାହି ଗାଦି ଗାଦିଶ୍ଵର ମନ୍ଦିର ନିକଟରେ ପାରମ୍ପରିକ ଦଣ୍ଡନୃତ୍ୟ ପରିବେଷଣ କରାଯାଇଥିଲା |  ପାଟଭଗତା, ପାଟଦଣ୍ଡୁଆ ସମେତ ସମସ୍ତ ଭଗତା ଗହଣରେ ପ୍ରତ୍ୟହ ଅପରାହ୍ନରେ ପାଣିତୋଳା ସାଙ୍ଗକୁ ଆଖ ଆଖପାଖ ବିଭିନ ସ୍ଥାନରେ ଦଣ୍ଡ ନୃତ୍ୟ ଦୀର୍ଘ ୨୧ ଦିନ ବ୍ୟାପି ପରିବେଷଣ ହେବ |

Spread the love