କର୍ତ୍ତବ୍ୟ ନ୍ୟୁଜ ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ନିକଟସ୍ଥ କୁମ୍ଭୀରପଡା ଠାରେ ଥିବା ବିଶ୍ୱ ଜୀବନ ସେବା ସଂଘ ଦ୍ୱାରା ପରିଚାଳିତ ଜରା ନିବାସ ରେ ଅନ୍ତେବାସୀ ପାଳିଛନ୍ତି ବିଶ୍ୱ ପଖାଳ ଦିବସ | ବାଲୁଗାଁ ଅଞ୍ଚଳର ସାମ୍ବାଦିକ ଦୀପକ କୁମାର ଦାଶ, ବରିଷ୍ଠ ସାମ୍ବାଦିକ କୈଳାସ ଦାଶ, ପୂର୍ବତନ CRPF ଯବାନ ତଥା ସାମ୍ବାଦିକ କମଳ ଜାଲି, ଯୁବ ସାମ୍ବାଦିକ ଆଦିତ୍ୟ ନାରାୟଣ ବେହେରା, ପୂର୍ବତନ ସାମ୍ବାଦିକ ବଳରାମ ମାଝୀ, ବହୁ ଡାକ୍ତର, ଯୁବଗୋଷ୍ଟି ଙ୍କ ସମେତ ଜରା ନିବାସ ପରିଚାଳକ ଜୟ କୃଷ୍ଣ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ | ୨୫ଜଣ ଅନ୍ତେବାସୀଙ୍କୁ ଛୁଙ୍କ ଦହି ପଖାଳ ସହିତ, ଶାଗ ଭଜା,ମାଛ ଭଜା, ବଡି ଚୁରା, ଆଳୁ ଭରତା, ପାମ୍ପଡ ସହିତ ସମ୍ପୂର୍ଣ ଓଡ଼ିଆ ଘରର ଖାଦ୍ୟ ପରଷା ଯାଇଥିଲା.ଶେଷରେ ସାମ୍ବାଦିକ ମାନେ ଅନ୍ତେବାସୀ ଙ୍କ ସହିତ କିଛି ଅନୁଭୂତି ବିନିମୟ କରିଥିଲେ.ପୁଣି ଆସନ୍ତା ବର୍ଷ ଏହିଠାରେ ଏହି ଦିବସକୁ ପାଳନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ .
104