77

ସଭାରେ ପ୍ରକାଶ ରଖିଲେ ପ୍ରତିକ୍ରିୟା, ବିଜେଡ଼ି ନେତାଙ୍କ ବସ୍ତ୍ରେନଃ ମୂତ୍ର କ୍ରିୟା!

କଟକ: ପୂର୍ବତନ ବିଧାୟକ ଚନ୍ଦ୍ର ସାରଥି ବେହେରା। ଯିଏକି ଜନତା ଜନାର୍ଦ୍ଦନଙ୍କୁ ୫ ବର୍ଷରେ ଥରେ ଦେଖା ଦିଅନ୍ତି ହେଲେ ଲୁଟେରା ରାଜସ୍ବ ଖିଆ କର୍ମୀଙ୍କୁ ବାରମ୍ବାର ନିଜ ପାଖକୁ ଡକାଇ ନିର୍ବାଚିତ ମଣ୍ଡଳୀର ଦୁଃଖ ବୁଝିବା ପରିବର୍ତ୍ତେ ଆପଣା କର୍ମୀଙ୍କ ନିଜସ୍ବ ବ୍ୟାଙ୍କ ଆକାଉଣ୍ଟକୁ ବୃଦ୍ଧି କରିବାରେ ସହାୟକ ହୋଇଥାନ୍ତି । ତେବେ ବିଜେଡ଼ି ନେତାଙ୍କ ମନମୁଖୀ ଶାସନରେ ଅତିଷ୍ଠ ହୋଇ ଜନତା ଏବେ ବିଜେଡ଼ି ନେତାଙ୍କ କାନମୁଳିରେ ରଟାସିଆ ଚାପୁଡ଼ା ମାରିଥିବାର ଦେଖିବାକୁ ମିଳିଛି ।

ଆଜ୍ଞା ହଁ ଦର୍ଶକ ଗତକାଲି କଟକ ସଦର ଅନ୍ତର୍ଗତ ହୁଲିପୁର ଠାରେ ହୁଲିପର ଗ୍ରାମୀଣ ଉଦ୍ୟାନର ଶିଳାନ୍ୟାସ ହେବା ସଙ୍ଗେ ସଙ୍ଗେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ଭାରତର ଯଶସ୍ୱୀ ପ୍ରଧାନ ମନ୍ତ୍ରୀ, ଓଡ଼ିଶାର ମୁଖ୍ୟମନ୍ତ୍ରୀ, କଟକ ସାଂସଦ ଶ୍ରୀଯୁକ୍ତ ଭାର୍ତୃହରି ମହତାବ ଏବଂ ଆକ୍ସନ ମୋଡରେ ଥିବା କଟକ ସଦର ନବନିର୍ବାଚିତ ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ମହୋଦୟଙ୍କ କାର୍ଯ୍ୟକଳାପରେ ଅନୁପ୍ରାଣିତ ହୋଇ ସଦର ମାଟିର ବିଭିନ୍ନ ପଞ୍ଚାୟତର ବିଜେଡ଼ି ସରପଞ୍ଚ, ସମିତି ସଭ୍ୟ ଏବଂ ଶତାଧିକ କର୍ମୀ ଭାରତୀୟ ଜନତା ପାର୍ଟିରେ ଯୋଗଦେଇଛନ୍ତି। ତନ୍ମଧ୍ୟରୁ ଜନାର୍ଦ୍ଦନପୁର ପଞ୍ଚାୟତର ସରପଞ୍ଚ ବିଶ୍ବଭୂଷଣ ନାୟକ, ସମିତି ସଭ୍ୟ ରଂଜନ କୁମାର ବେହେରା, ପୂର୍ବତନ ସମିତି ସଭ୍ୟ ରଶ୍ମୀକାନ୍ତ ସ୍ବାଇଁ, ତିଳକଣା ଗ୍ରାମ ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ବିଶ୍ବନାଥ ପଣ୍ଡା, ୱାର୍ଡ଼ ସଭ୍ୟ ଦୁର୍ଯ୍ୟୋଧନ ସାହୁ, ପ୍ରମୋଦ ବାରିକ, ବନ୍ଧୁପୁର ପଞ୍ଚାୟତର ସରପଞ୍ଚ ଜୟନ୍ତୀ ଗୋଛାୟତ, ସରପଞ୍ଚ ଙ୍କ ପ୍ରତିନିଧି ତରଣୀସେନ ଜେନା, ନାଏବ ସରପଞ୍ଚ ଗଣେଶ୍ଵର ଲେଙ୍କା, ଯୁବ ସମାଜସେବୀ ଦିଲ୍ଲୀପ ଜେନା, ୱାର୍ଡ଼ ସଭ୍ୟ ରମେଶ କାଣ୍ଡୀ, ଶ୍ରୀଧର ବେହେରା, ବାବୁଲା ମଳିକ ଏବଂ ବିଭିନ୍ନ ପଞ୍ଚାୟତର ଶତାଧିକ କର୍ମୀ ଯୋଗଦେଇଥିଲେ। ତେବେ ବିଜେଡ଼ି ନେତାଙ୍କ ଅପାରଗତା ଓ ବିଜେପି ବିଧାୟକ ପ୍ରକାଶ ସେଠିଙ୍କ ଆକର୍ଷଣୀୟ କାର୍ଯ୍ୟ ଶୈଳୀ ଆଗାମୀ ଦିନରେ କଟକ ସଦର ମାଟିରୁ ବିଜେଡ଼ି ଧୂଳିକଣାକୁ ପଦ୍ମ ପବନରେ ଉଡ଼ାଇଦେବ ବୋଲି ଚର୍ଚ୍ଚା ହେଉଛି।

Spread the love