28

ପାରାଦୀପ ଗଡ ପଞ୍ଚାୟତରୁ ବିଜେଡି ମୂଳପୋଛ!

ପାରାଦୀପ: ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ଏକ ସମ୍ବୋଧନl ସଭା ଅନୁଷ୍ଠିତ କରାଯାଇ ଥିଲା l ଏଥିରେ ରେ ବିଜୁ ଜନତା ଦଳରେ ନିରବିଛିନ ଭାବେ କାମ କରୁଥିବା ୧୦୦ ରୁ ଅଧିକ ବିଜେଡି କର୍ମୀ ବିଜୁ ଜନତା ଦଳ ଛାଡ଼ି ଭାରତୀୟ ଜନତା ପାର୍ଟି ରେ ଯୋଗ ଦେଇଛନ୍ତି l ମାନ୍ୟବର ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ୱାଇଁ ଙ୍କ କାର୍ଯ୍ୟ ଦକ୍ଷତା ଓ ଲୋକପ୍ରିୟତା ରେ ଅନୁପ୍ରାଣୀତ ହୋଇ ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ର ଶତାଧିକ ବିଜେଡି କର୍ମୀ ଦଳ ତ୍ୟାଗ କରି ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ସ୍ୱାଇଁ ଙ୍କ ଉପସ୍ଥିତ ରେ ଆନୁଷ୍ଠାନିକ ଭବେ ଭାରତୀୟ ଜନତା ପାର୍ଟି ରେ ଯୋଗ ଦେଇଛନ୍ତି l ପବିତ୍ର ଗହ୍ମା ପୂର୍ଣିମା ଅବସରରେ ବରିଷ୍ଟ ଆଇନଜୀବି ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା ଙ୍କ ସଭାପତିତ୍ବ ରେ ଆୟୋଜିତ ଏକ ସ୍ବତନ୍ତ୍ର ସମ୍ବର୍ଧନା ସଭା ଓ ମିଶ୍ରଣ ପର୍ବରେ ଶ୍ରୀ ପ୍ରକାଶ ମଙ୍ଗରାଜ, ସତ୍ୟାନନ୍ଦ ରାଉତ, ପଦନ ମଙ୍ଗରାଜ, ଆଦିକନ୍ଦ ମଙ୍ଗରାଜ, ଯଦୁମଣି ମଙ୍ଗରାଜ, ହୃଷୀକେଶ ମହାନ୍ତି, ନୃସିଂହ ମଙ୍ଗରାଜ, ମନମୋହନ ରାଉତ,ୱାର୍ଡ ସଭ୍ୟ ଶ୍ରୀ ରଶ୍ମି ରଞ୍ଜନ ରଥ, ସମ୍ବିତ ମଙ୍ଗରାଜ, ସେକ ସର୍ଫ୍ରାଜ, ସେକ ଇସ୍ମାଇଲି ପ୍ରମୁଖ ଭାରତୀୟ ଜନତା ପାର୍ଟି ରେ ଯୋଗ ଦେଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ମଣ୍ଡଳ ସଭାପତି ରଶ୍ମି ରଞ୍ଜନ ସାମନ୍ତରାୟ, ବିଷ୍ଣୁ ଚରଣ ସାହୁ, ଦୀପକ ମହାପାତ୍ର, ଚନ୍ଦ୍ର ଶେଖର ଚୌଧୁରୀ, ବିଷ୍ଣୁ ଚରଣ ସାହୁ ପ୍ରମୁଖ ଯୋଗ ଦେଇଥିଲେ l ଏହି ମିଶ୍ରଣ ଦ୍ଵାରା ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ରେ ବି.ଜେ.ପି. ଏକ ଅପ୍ରତିଦ୍ଵନ୍ଦୀ ଦଳ ହେବ ବୋଲି ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଥିଲେ l ଆଗାମୀ ଦିନରେ କୁଜଙ୍ଗ ବ୍ଲକ ର ସମସ୍ତ ପଞ୍ଚାୟତ ରେ ଏପରି ମିଶ୍ରଣ ପର୍ବ ଅନୁଷ୍ଠିତ ହେବ ବୋଲି ବିଜେପି ନେତା ଶ୍ରୀ ସଞ୍ଜୟ କୁମାର ବେହେରା ପ୍ରକାଶ କରିଥିଲେ l

Spread the love