138

ଉଲୁଣ୍ଡା ବ୍ଳକ ଅଭିଯୋଗ ଶୁଣାଣି ଶିବିରକୁ ଆସୁନାହାନ୍ତି ଜିଲ୍ଲାପାଳ ଓ ଏସପି!

ସୁବର୍ଣ୍ଣପୁର:ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ କାର୍ଯ୍ୟାଳୟ ରେ ଚାଲିଥିବା ଅଭିଯୋଗ ଶୁଣାଣି ଶିବିର ରେ ଜିଲ୍ଲାପାଳ ଓ ଏସପି ଅନୁପସ୍ଥିତ ଥିବାରୁ ସିଡିଓ ଅଶ୍ଵିନୀ ଭୋଇ ଏବଂ ଅତିରିକ୍ତ ଏସପି ବିରେନ୍ଦ୍ର ନାୟକ ଯୋଗଦେଇ ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଅଭିଯୋଗ ଶୁଣିଥିଲେ l ଶିବିରରେ ସର୍ବମୋଟ ୩୩ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା l ତନ୍ମଧ୍ୟରୁ ୨୫ଟି ବ୍ୟକ୍ତିଗତ ହୋଇଥିବା ବେଳେ ୮ଟି ସାମୁହିକ ଅଭିଯୋଗ ହୋଇଥିଲା l ସେଥି ମଧ୍ୟରୁ ୮ ଟି ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିବା ବେଳେ ଅବଶିଷ୍ଟ ଅଭିଯୋଗ ଗୁଡିକ ତଦନ୍ତ କରି ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ସମାଧାନ କରିବା ପାଇଁ ସମ୍ପୃକ୍ତ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ l

ଅନ୍ୟମାନଙ୍କ ମଧ୍ୟରେ ତହସିଲଦାର ପ୍ରଶାନ୍ତ ମୋହା ରଣା ଯୋଗଦେଇ ମଞ୍ଚାସିନ ହୋଇଥିଲେ l ବିଡିଓ କରିସ୍ମା ବେସ୍ରା ତତ୍ତ୍ଵାବଧାନରେ ହୋଇଥିବା ଏହି ଶିବିରକୁ ଜିଲ୍ଲା ତଥା ବ୍ଲକର ସମସ୍ତ ବିଭାଗର ଅଧିକାରୀ ମାନେ ଯୋଗଦେଇଥିଲେl ଜିଲ୍ଲାରେ ଜିଲ୍ଲାପାଲ ଏବଂ ଏସପି ଯୋଗ ଦେବା ଦିନଠାରୁ ଉଲୁଣ୍ଡାରେ ହେଉଥିବା ଜନଶୁଣାଣିରେ ଯୋଗ ଦେଇନଥିବାରୁ ଅଭିଯୋଗ କାରି ମହଲରେ ଅସନ୍ତୋଷ ପ୍ରକାଶ ପାଇଛି l ଜିଲ୍ଲାର ଅନ୍ୟ ବ୍ଲକରେ ହେଉଥିବା ଜନ ଶୁଣାଣିରେ ଜିଲ୍ଲାପାଲ ଏବଂ ଏସପି ଯୋଗ ଦେଉଥିବା ବେଳେ ଉଲୁଣ୍ଡାରେ ଯୋଗ ନଦେବା କାରଣ କଣ ବୋଲି ଲୋକେ ଭିନ୍ନ ଭିନ୍ନ କଥା ଆଲୋଚନା କରୁଛନ୍ତି l

Spread the love