50

ଲୁଣି ପାଣି ଚାଷଜମିରେ ପଶିବାରୁ ଚିନ୍ତାରେ ଚାଷୀ ଭାଇ!

କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ନଦୀ ପାଖିଆ ଚାଷ ଜମିରେ ମାଡ଼ି ଯାଇଛି ଲୁଣା ପାଣି।‌ ଚିନ୍ତାରେ ଚାଷୀମାନେ।ବର୍ତ୍ତମାନ ଶ୍ରାବଣ ମାସ ଏହି ସମୟରେ ଲଗାତାର ବର୍ଷା ଯୋଗୁଁ ନଦୀ ନାଳରେ ପାଣି ଉଛୁଳା ରହିବା ସହିତ ଏକାଦଶୀ ତିଥିରୁ ପୂର୍ଣ୍ଣମୀ ତିଥି ପର୍ଯ୍ୟନ୍ତ ନଦୀରେ ଅଧିକ ଉଚ୍ଚ ଜୁଆର ହୋଇଥାଏ। ଆଉ ସେହି ଉଚ୍ଚ ଜୁଆର ପାଇଁ ନଦୀରୁ ଲୁଣି ପାଣି ପଶି ହେକ୍ଟର ହେକ୍ଟର ଚାଷ ଜମିରେ ତଳି ପଚି ନଷ୍ଟ ହୋଇଯାଇ ବହୁତ କ୍ଷତି ହୋଇ ଥିବାର ଅଭିଯୋଗ କରିଛନ୍ତି।

ରାଜନଗର ବ୍ଲକର ରାଜନଗର ପଞ୍ଚାୟତର ଚାଷୀ ମାନେ। ସେମାନେ ଧାର କରଜ କରି ଚାଷ କରିଥିବା ସାଧାରଣ ଚାଷୀଟିଏ ମୁଣ୍ଡରେ ହାତଦେଇ ଭାଗ୍ୟକୁ ନିନ୍ଦୁଛି, କଣ କରିବ ଚାଷୀ ? ଆଖି ଆଗରେ ବର୍ଷକର ଧନ ବୁଡ଼ିବାକୁ ବସିଛି, ସେପଟେ ଚାଷ ପାଇଁ ମହାଜନ ପାଖରୁ ଆଣିଥିବା କରଜ ଟଙ୍କା ଜୀବନ ଖାଉଛି ତେବେ ଏଭଳି ଅବସ୍ଥାରେ ଚାଷୀ ମୁଣ୍ଡ ବାଡେଇ ବସି କାନ୍ଦୁଚି। ଯଦି ସରକାରଙ୍କ ପକ୍ଷରୁ ଏହି ଭାଗ ଚାଷୀଙ୍କୁ ସାହାଯ୍ୟ କରାଯାଏ ତେବେ ଚାଷୀଙ୍କ ମୁହଁରେ ହସ ଫୁଟିବା ସହ ମହାଜନ ପାଖରୁ ଆଣିଥିବା କରଜ କିଛି ସୁଝି ପାରନ୍ତେ। ତେବେ ଦେଖା ଯାଉ ପେଟକୁ ଅନ୍ନ ଦେଉଥିବା ଗରିବ ଚାସିଙ୍କ ପାଇଁ ସରକାର କି ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା।

Spread the love