198

ହରଡ ଘଣାରେ ରାଜନଗର ବିଧାୟକ

ଭୁବନେଶ୍ୱର: ମହିଳା ଙ୍କ ପ୍ରଶ୍ନ ବାଣରେ ଘାଇଲା ହେଲେ ରାଜନଗର ବିଜେଡି ବିଧାୟକ ଧୃବ ସାହୁ । ଉତ୍ତର ପରିବର୍ତ୍ତେ କ୍ୟାମେରା ଆଗରେ କିଛି କହିବିନି କହି ଚାଲିଗଲେ ବିଧାୟକ । ଏଭଳି ଘଟଣାଟି ଘଟିଛି ରାଜନଗର ବ୍ଲକ ବାଲିସାହିପାଟଣା ପଞ୍ଚାୟତ କାର୍ଯ୍ୟାଳୟ ଭିତରେ। ନିର୍ବାଚନ ସମୟରେ ବିଭିନ୍ନ ମହିଳା ଗୋଷ୍ଠୀଙ୍କୁ ପୂର୍ବତନ ନବୀନ ସରକାରଙ୍କ ଦ୍ୱାରା ତିନି ହଜାର ଟଙ୍କା ଦିଆଯାଇଥିଲା ଓ ଏହାର ଦାଇତ୍ୱ ଗୃପର ଏମବିକେ ଓ ସିଆରପି ନେଇଥିଲେ। କିନ୍ତୁ ବାଲିସାହିପାଟଣା ପଞ୍ଚାୟତ ର ମହିଳା ଗୋଷ୍ଠୀ କୁ ସେହି ଟଙ୍କା ମିଳିନଥିଲା । ଯେଉଁଥିପାଇଁ ମହିଳା ମାନେ ରାଗିରେ ଜର୍ଜରିତ ହୋଇଥିଲା। ତେବେ ଆଜି ରାଜନଗର ବିଜେଡି ବିଧାୟକ ଧୃବ ସାହୁ ପଞ୍ଚାୟତ କାର୍ଯ୍ୟାଳୟରେ ନିର୍ମାଣ ହେବାକୁ ଥିବା ମେଗା ପାନୀୟ ଜଳର ବୋରୱେଲ ଶୁଭଦେବାକୁ ଆସିଥିଲେ, ସେଠାରେ ମହିଳା ଙ୍କ ପ୍ରଶ୍ନ ବାଣର ର ଶିକାର ହୋଇଥିଲେ । ମହିଳା ପ୍ରଶ୍ନ କରିଥିଲେ ଗୃପ କୁ ଆସିଥିବା ତିନି ହଜାର ଟଙ୍କା ଆମକୁ କାହିଁକି ମିଳିଲା ନାହିଁ ,ଜବାବ ରେ ବିଧାୟକ କହିଥିଲେ ଯେଉଁ ଟଙ୍କା ସରକାର ଦେଇଛନ୍ତି ସେହି ଟଙ୍କା ବିଷୟରେ କହିପାରିବି ଅନ୍ୟ କୌଣସି ଟଙ୍କା ବିଷୟରେ କହିପାରିବି ନାହିଁ । ସବୁ କଥା ସବୁ ଜାଗାରେ କହି ହେବନି ସବୁଆଡେ କ୍ୟାମେରା ଧରିଛନ୍ତି ଆମେ ସେ କଥା ପରେ ହେବା । ତାହେଲେ ନିର୍ବାଚନ ସମୟରେ ମହିଳା ଗୋଷ୍ଠୀ ମାଧ୍ୟମରେ ମହିଳାଙ୍କୁ ମିଳୁଥିବା ଟଙ୍କା କିଏ ଦେଉଥିଲା ତାହା କଣ ସରକାରୀ ଟଙ୍କା ନଥିଲା କି ? ଯଦି ସରକାରୀ ଟଙ୍କା ନଥିଲା, ତାହା କେଉଁ ଟଙ୍କା ଥିଲା ତାହା ଏବେ ବିଧାୟକ ସାହୁଙ୍କୁ ଅଡୁଆରେ ପକାଉଛି । ଅନ୍ୟପଟେ ମହିଳା ଅଭିଯୋଗ ଆଣିଛନ୍ତି ସେହି ଟଙ୍କା ଭୋଟ ଦେବା ପାଇଁ ଆସିଥିଲା ଆମକୁ ମିଳିଲା ନାହିଁ । ତେବେ ମହିଳାଙ୍କ ଏଭଳି କଥା ପରେ ଏବେ ହରଡ ଘଣାରେ ବିଧାୟକ ।

Spread the love