45

ସରୋଜା ଦେବୀଙ୍କୁ ତାଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ଓଡ଼ିଶା ବିଧାନସଭା ବାଚସ୍ପତି!

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ଶନିବାର ଦିନ ପୂର୍ବତନ ବିଧାୟିକା ତଥା ସ୍ୱାଧୀନତା ସଂଗ୍ରାମୀ ସରଳା ଦେବୀଙ୍କୁ ତାଙ୍କ ତିରୋଧାନ ଦିବସରେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ ଏବଂ ମହିଳା ସଶକ୍ତୀକରଣ ଓ ସାମାଜିକ ବିକାଶ କ୍ଷେତ୍ରରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସ୍ମରଣ କରିଥିଲେ। ବାଚସ୍ପତି ପାଢ଼ୀ ଓଡ଼ିଶା ବିଧାନସଭା ନିକଟରେ ଥିବା ସରଳା ଦେବୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାଞ୍ଜଳି ଅର୍ପଣ କରିବା ସହ ସ୍ୱାଧୀନତା ସଂଗ୍ରାମ ଏବଂ ଓଡ଼ିଶାରେ ମହିଳାମାନଙ୍କ ଉନ୍ନତି ଦିଗରେ ତାଙ୍କର ଅବଦାନକୁ ମନେ ପକାଇଥିଲେ।

ରାଜ୍ୟରେ ମହିଳା ସଶକ୍ତୀକରଣର ଅଗ୍ରଦୂତ ଭାବେ ବିବେଚିତ ସରଳା ଦେବୀ ଥିଲେ ଓଡ଼ିଶା ବିଧାନସଭାର ପ୍ରଥମ ମହିଳା ବିଧାୟିକା। ସେ ମହିଳା ଶିକ୍ଷା ଓ ସାମାଜିକ ଜାଗରଣ ପାଇଁ ବ୍ୟାପକ କାର୍ଯ୍ୟ କରିଥିଲେ ଏବଂ ଓଡ଼ିଶାର ସ୍ୱାଧୀନତା ସଂଗ୍ରାମରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ସରଳା ଦେବୀଙ୍କ ଆଦର୍ଶ, ନିଷ୍ଠା ଏବଂ ସେବା ମନୋଭାବ ଆଜି ମଧ୍ୟ ଲୋକଙ୍କୁ ଅନୁପ୍ରାଣିତ କରୁଛି ବୋଲି କହିଥିଲେ ବାଚସ୍ପତି |

ଏହି ଅବସରରେ ଏକାମ୍ର-ଭୁବନେଶ୍ୱର ବିଧାୟକ ବାବୁ ସିଂହ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ବରିଷ୍ଠ ଅଧିକାରୀ, ବୁଦ୍ଧିଜୀବୀ, ସମାଜସେବୀ ଏବଂ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷ ଉପସ୍ଥିତ ରହି ସରଳା ଦେବୀଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ।

ଉପସ୍ଥିତ ବିଶିଷ୍ଟ ବ୍ୟକ୍ତିମାନେ ତାଙ୍କର ଚିରସ୍ଥାୟୀ କୀର୍ତ୍ତି ଏବଂ ରାଜ୍ୟ ପ୍ରତି ତାଙ୍କର ଅବଦାନକୁ, ବିଶେଷକରି ମହିଳା ଶିକ୍ଷା, ସଶକ୍ତୀକରଣ ଓ ସାମାଜିକ ସଂସ୍କାର କ୍ଷେତ୍ରରେ ତାଙ୍କ ଭୂମିକାକୁ ସ୍ମରଣ କରିଥିଲେ।

Spread the love