ଭୁବନେଶ୍ୱର: ଓଡ଼ିଶା ରାଜ୍ୟପାଳ ହରି ବାବୁ କମ୍ଭମ୍ପାଟି ଗୁରୁବାର ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରି ରାଜ୍ୟର ବିକାଶ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା କରିଛନ୍ତି। ଏନେଇ ରାଜଭବନ ପକ୍ଷରୁ ଜାରି ଏକ ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।
ସାକ୍ଷାତକାର ସମୟରେ ରାଜ୍ୟରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର କାର୍ଯ୍ୟାନ୍ୱୟନର ଅଗ୍ରଗତି ସମ୍ପର୍କରେ ରାଜ୍ୟପାଳ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ।
ଏଥିସହ ଓଡ଼ିଶା ଲୋକ ଭବନକୁ ସମ୍ପ୍ରତି ମିଳିଥିବା IGBC ପ୍ଲାଟିନମ୍ ସାର୍ଟିଫିକେସନ୍ସ ମ୍ପର୍କରେ ମଧ୍ୟ ରାଜ୍ୟପାଳ ଶ୍ରୀ କମ୍ଭମ୍ପାଟି ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ।
ରାଜ୍ୟର ସାମଗ୍ରିକ ବିକାଶ ଏବଂ ଓଡ଼ିଶାରେ କେନ୍ଦ୍ରୀୟ ଯୋଜନାଗୁଡ଼ିକର ସଫଳ ରୂପାୟଣ ନେଇ ମଧ୍ୟ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା।
ସାକ୍ଷାତ ସମୟରେ ରାଜ୍ୟପାଳ ଓ ପ୍ରଧାନମନ୍ତ୍ରୀ ପରସ୍ପରକୁ ସ୍ମାରକୀ ପ୍ରଦାନ କରିଥିଲେ।