70

ଟ୍ରକ୍ ରୁ ୯.୨୫0 ଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ

ଖୋର୍ଦ୍ଧା : ନାଚୁଣି ଥାନା ପୋଲିସ ଗତ କାଲି ରାତିରେ ୧୬ ନମ୍ବର ଜାତୀୟ ରାଜପଥର କୌଡିଖଣି ଛକ ନିକଟରୁ ଏକ କଣ୍ଟେନର ଟ୍ରକ୍ KA-53-D-5096 କୁ ଅଟକାଇ ୯.୨୫0 ଗ୍ରାମ ଗଞ୍ଜେଇ ଜବତ କରିଛି | ନିୟମିତ ପାଟ୍ରୋଲିଂ ସମୟରେ ଟ୍ରକ୍ ଟି ବେପରୁଆ ଭାବେ ଚାଲୁଥିବା ଦେଖି ପୋଲିସ ତାକୁ ଅଟକାଇଥିଲା |ଗାଡିର କ୍ୟାବିନ୍ ରୁ ଗଞ୍ଜେଇ ଗନ୍ଧ ଆସିବାରୁ ତଲାସୀ କରାଯିବାରୁ ପଛ ସିଟ୍ ତଳେ ଲୁଚାଇ ରଖାଯାଇଥିବା ଗୋଟିଏ ଜରି ବ୍ୟାଗ୍ ରୁ ଗଞ୍ଜେଇ ମିଳିଥିଲା |

ଏହାସହ ଟ୍ରକ୍ ଏବଂ ଗୋଟିଏ ମୋବାଇଲ୍ ଫୋନ୍ ମଧ୍ୟ ଜବତ କରାଯାଇଛି |ଗିରଫ ହୋଇଥିବା ଅଭିଯୁକ୍ତ ହେଲେ ଉତ୍ତର ପ୍ରଦେଶ ଆଜମଗଡ଼ ଜିଲ୍ଲାର କୱଲଧର ରାଜବର |ତାଙ୍କ ବିରୁଦ୍ଧରେ ନାଚୁଣି ଥାନାରେ ମାମଲା ନଂ ୩୨୧/୨0୨୬, ଧାରା ୨0ଖ(ii)(B) ଏନ୍.ଡି.ପି.ଏସ୍ ଆଇନ୍ ରେ ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି|କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍ ଙ୍କ ଉପସ୍ଥିତିରେ ସମସ୍ତ ଜବତ ସାମଗ୍ରୀ ସିଲ୍ କରାଯାଇଛି ବୋଲି ନାଚୁଣି ଥାନା ଅଧିକାରୀ ସୂଚନା ଦେଇଛନ୍ତି |

Spread the love