160

ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ ଶୁଣିଲାନି ପ୍ରଶାସନ, କରେଣ୍ଟ ଲାଗି ଯୁବକ ମୃତ!

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅନ୍ତର୍ଗତ ଦେଓଗାଁ ପଞ୍ଚାୟତ ଘାସଡ଼ିହ ନୂଆସାହି ଗ୍ରାମରେ ସୋମବାର ସକାଳେ 11KV ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ଯୁବକର ମୃତ୍ୟୁ ଘଟିଛି | ମୃତ ଯୁବକ ଜଣକ ହେଲେ ସେହି ଗ୍ରାମର ସହଦେବ ସାହୁ(24), ପିତା ସ୍ୱର୍ଗତ ଦାଶରଥି ସାହୁ |

ସୂଚନା ଅନୁଯାୟୀ, ଯୋଗୀ ପାଢ଼ୀଙ୍କ ଘର ନିର୍ମାଣ କାମ ଚାଲୁଥିବାବେଳେ ମିସ୍ତ୍ରୀ ଭାବେ କାମ କରୁଥିବା ସହଦେବ ସକାଳ 9.30 ସମୟରେ ଅସାବଧାନତା ବଶତଃ ତାର ସଂସ୍ପର୍ଶରେ ଆସି ତଳେ ଖସିପଡ଼ିଥିଲେ |ଘଟଣା ସ୍ଥଳରୁ ତୁରନ୍ତ ତାଙ୍କୁ ବାଣପୁର ଡାକ୍ତରଖାନାକୁ ନିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଗ୍ରାମର ପ୍ରାୟ 20ଟି ପରିବାରର ଛାତ ଉପରେ ଦୀର୍ଘ ଦିନ ହେବ ଏହି ବିପଦପୂର୍ଣ୍ଣ 11KV ତାର ଯାଇଥିବାବେଳେ ବାରମ୍ବାର ପ୍ରଶାସନକୁ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନଥିଲା |ଘଟଣା ସ୍ଥଳରେ ନାଚୁଣୀ ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଛି |

Spread the love