28

କଲ୍ୟାଣସିଂହପୁର ରଥଯାତ୍ରା ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼!

ରାୟଗଡା (ରିପୋର୍ଟର – ମାଲେଶ କୌଶଲ୍ୟା) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଥିବା କଲ୍ୟାଣୀ କ୍ଷେତ୍ର ଶ୍ରୀ ଜଗନ୍ନାଥ ମନ୍ଦିରରେ ଶ୍ରୀଜୀଉଙ୍କ ଘୋଷଯାତ୍ରା ଆଡମ୍ବରରେ ପାଳନ କରାଯାଇଛି। ଝିପି ଝିପି ବର୍ଷାରେ ହଜାର ହଜାର ଭକ୍ତ ଆସି ଶ୍ରୀ ଜୀଉଙ୍କୁ ଦର୍ଶନ କରିବା ଶହ ରଥଟଣାରେ ଭାଗ ନେଇ ଆନନ୍ଦ ଅନୁଭବ କରିଥିବା ଦେଖିବାକୁ ମିଳିଛି।

ଶ୍ରୀ ଜଗନ୍ନାଥ, ବଳଭଦ୍ର, ମା ସୁଭଦ୍ରା ଓ ପତିତପାବନଙ୍କ ଘୋଷଯାତ୍ରା ବିଧିବଦ୍ଧ ଭାବେ ମନ୍ଦିର ପରିଚାଳନା କମିଟି ଓ ତହସିଲଦାର ବା ଦେବତ୍ତୋର ବିଭାଗ ଦ୍ୱାରା ପରିଚାଳିତ ହେଉଛି। ଗୁରୁବାର ସକାଳୁ ଶ୍ରୀ ଜୀଉଙ୍କ ମଙ୍ଗଳ ଆଳତୀ, ଅବକାଶ ସକାଳଧୂପ କରିବା ପରେ ଖେଚୁଡ଼ି ଭୋଗ ଲାଗି କରିବା ପରେ ସେବାୟତ ଓ ମନ୍ଦିର ପୂଜକ ମାନେ ଶ୍ରୀ ଜୀଉଙ୍କୁ ସୁସଜ୍ଜିତ କରିଥିଲେ।

ସକାଳ ୯ ଘଣ୍ଟା ସମୟରେ ପୁରହିତ ବାପିନ ମିଶ୍ରଙ୍କ ଦ୍ଵାରା ରଥ ପ୍ରତିଷ୍ଠା ୧୨ଟା ମଧ୍ୟରେ ମଙ୍ଗଳାରୋପଣ କରାଇବା ପରେ ଅପରାହ୍ନ ୨ଟାରେ ଶ୍ରୀ ବଳଭଦ୍ର, ଶ୍ରୀଜଗନ୍ନାଥ, ମା ସୁଭଦ୍ରା ଓ ପତିତପାବନଙ୍କୁ ସେବାୟତ ମାନେ ଗୋଟି ପହଣ୍ଡି କରି ରଥାରୂଢ କରିଥିଲେ। ଭକ୍ତଙ୍କୁ ରଥରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଦର୍ଶନ ଦେବାପରେ ୪ଟା ସମୟରେ ରଥଟଣା ଆରମ୍ଭ ହୋଇଥିଲା । ଦେବୋତ୍ତର ବିଭାଗର ସମସ୍ତ କର୍ମଚାରି ଓ ମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହି ପରିଚାଳନା କରିଥିଲେ। ଏଥିରେ ସ୍ଥାନୀୟ ପୁଲିସ ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ।

Spread the love