105

ଲୀଳାକ୍ଷେତ୍ର କାଙ୍କଣଶିଖରୀ ପରିଦର୍ଶନରେ ଖୋର୍ଦ୍ଧା ଏସପି!

ଖୋର୍ଦ୍ଧା (ରିପୋର୍ଟର – ସଂଗ୍ରାମ ରଣା):- କିଛି ଦିନ ପରେ ଜଗତର ନାଥ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା।ପ୍ରତ୍ୟେକ ସ୍ଥାନରେ ଚତୁର୍ଦ୍ଧା ମୂର୍ତ୍ତି ରଥରେ ବିଜେ କରି ସ୍ଥଳ ପଥରେ ଯାତ୍ରା କରୁଥିବାବେଳେ ଲୀଳାକ୍ଷେତ୍ର କାଙ୍କଣ ଶିଖରୀରେ ଏହା ସମ୍ପୂର୍ଣ୍ଣ ଭିନ୍ନ।ଏଠାରେ ମହାପ୍ରଭୁଙ୍କ ପବିତ୍ର ଘୋଷଯାତ୍ରା ପାଇଁ ନୌକାକୁ ରଥ ଭାବେ ସୁସଜ୍ଜିତ କରି ଚିଲିକା ଅକାତ ଜଳରାଶିରେ ନୌବିହାର ମାଧ୍ୟମରେ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ।ଯାହାକି ଚିଲିକା ନୀଳ ଜଳରାଶିରେ ଯାତ୍ରା କରି ମହାପ୍ରଭୁ ନିଜର ଲୀଳାକୁ ଆହୁରି ଗାରିମାମୟ କରିଥାଅନ୍ତି।

ତେବେ ଚଳିତ ବର୍ଷ ଦର୍ଶନ ନିମନ୍ତେ ଆସୁଥିବା ସମସ୍ତ ଭକ୍ତଙ୍କ ସୁରକ୍ଷା ଓ ଶାନ୍ତିପୂର୍ଣ୍ଣ ଦର୍ଶନ ନିମିତ୍ତ ସମସ୍ତ ପ୍ରୟାସ ଜାରି ରଖିବା ମୂଳ ଲକ୍ଷ୍ୟ ରହିଥିବା ବେଳେ ଶନିବାର ପୂର୍ବାହ୍ନରେ ଖୋର୍ଦ୍ଧା ଏସପି ପରମାରସ୍ମିତ ପୁରୁଷୋତ୍ତମ ଦାସ, ନାଚୁଣୀ ଥାନା ଭାରପ୍ରାପ୍ତ ଅଧିକାରୀ ବିଭୁତି ଭୂଷଣ ମହାପାତ୍ର ଉଭୟ ଲୀଳାକ୍ଷେତ୍ର କାଙ୍କଣ ଶିଖରୀ ପରିଭ୍ରମଣ କରିବା ସହିତ ସ୍ଥାନୀୟ ଲୋକଙ୍କ ସହିତ ସବିଶେଷ ଆଲୋଚନା କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ କାଙ୍କଣ ଶିଖରୀ ପୀଠ କମିଟି ସଭାପତି ସୁଶାନ୍ତ କୁମାର ସାହୁ ଏବଂ କମିଟିର ସଦସ୍ୟଙ୍କ ସମେତ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ।

Spread the love