କର୍ତ୍ତବ୍ୟ ନ୍ୟୁଜ ବ୍ୟୁରୋ: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତଦୁଇ କଳା ଓ ବିଜ୍ଞାନ ଫଳ ପ୍ରକାଶିତ ପାଇଛି | ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ମହାବିଦ୍ୟାଳୟରେ କଳାରେ ୩୫୩ ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିଲେ | ତନ୍ମଧ୍ୟରୁ ୬୧ଜଣ ପ୍ରଥମ ଶ୍ରେଣୀ, ୧୦୬ଜଣ ଦ୍ଵିତୀୟ ଶ୍ରେଣୀ, ୧୨୯ଜଣ ତୃତୀୟ ଶ୍ରେଣୀରେ ପାସ କରିଥିବା ବେଳେ ୫୬ଜଣ ଅକୃତକାର୍ଯ୍ୟ ହୋଇଛନ୍ତି | ଜଣେ କୌଣସି କାରଣରୁ ଅନୁପସ୍ଥିତ ଥିଲେ. ସେହିପରି ବିଜ୍ଞାନରେ ୨୫ ଜଣ ପ୍ରଥମ ଶ୍ରେଣୀ,୧୫ ଜଣ ଦ୍ୱିତୀୟ ଶ୍ରେଣୀ,୩ ଜଣ ତୃତୀୟ ଶ୍ରେଣୀ ଏବଂ ୮ଜଣ ଅକୃତକାଯ୍ୟ ହୋଇଛନ୍ତି | ସମସ୍ତ ପାସ କରିଥିବା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ କଳାରେ ଛାତ୍ର ଶ୍ରୀକାନ୍ତ ଘୋଷ ଏବଂ ବିଜ୍ଞାନରେ ଛାତ୍ର ରାଧାକାନ୍ତ ମାନସିଂହ କଲେଜରେ ଟପ୍ସର ହୋଇ ଗୌରବ ଆଣିଛନ୍ତି.ମୋଟ ୬୦୦ ମାର୍କରୁ ଶ୍ରୀକାନ୍ତ ୫୪୬ ନମ୍ବର ରଖ୍ ଟପର ହୋଇଛନ୍ତି ଏବଂ ରାଧାକାନ୍ତ ବିଜ୍ଞାନରେ ୬୦୦ ରୁ ୫୧୬ ରଖି କଲେଜ ଟପ୍ପର ହୋଇଛନ୍ତି|
ପୁଅର କୃତିତ୍ୱ ପାଇଁ ବାପା, ମା ଓ ପରିବାର ସଦସ୍ୟ ଅତ୍ୟନ୍ତ ଉତ୍ସାହିତ ହୋଇଛନ୍ତି |ପିଲାଟି ଦିନରୁ ପାଠ ପଢିବା ସହ ସ୍କୁଲସ୍ତରରୁ କଲେଜ ପର୍ଯ୍ୟନ୍ତ ବିଭିନ୍ନ ସ୍ତରରେ ମଧ୍ୟ ସୃଜନାତ୍ମକ ପ୍ରତିଯୋଗିତାରେ ଭାଗ ନେଇ ନିଜର ପ୍ରତିଭା ପ୍ରଦର୍ଶନ କରି ବେଶ ଖ୍ୟାତି ଅର୍ଜନ କରିଛନ୍ତି |କଲେଜରେ ସମସ୍ତ ଅଧ୍ଯାପକ ଅଧ୍ୟାପିକା, ଛାତ୍ରଛାତ୍ରୀଙ୍କ ସମେତ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି |ଏହି ସଫଳତା ପଛରେ ନିଜର ଅକ୍ଲାନ୍ତ ପରିଶ୍ରମର ମୂଲ୍ୟ ମିଳିଥିବା ବେଳେ ପରିବାର ବର୍ଗଙ୍କ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକାଙ୍କୁ ସଫଳତାର ଶ୍ରେୟ ଦେଇଛନ୍ତି |