73

ସରକାର ନେଲେ ବଡ଼ ପଦକ୍ଷେପ!, ବନ୍ଦ ହେବ LPG କଳା ବଜାରୀ!

କର୍ତ୍ତବ୍ୟ ନ୍ୟୁଜ ବ୍ୟୁରୋ: ଏବେ କେବଳ ସିଲିଣ୍ଡର ବୁକିଂ କଲେ ହେବ ନାହିଁ। ଡେଲିଭରି ସମୟରେ ୱାନ ଟାଇମ ପାସୱର୍ଡ (OTP) ବା (ଡେଲିଭରି ଅଥେଣ୍ଟିକେସନ୍ କୋଡ୍ – DAC) ଦେବା ଅନିବାର୍ୟ ହେବ। ବୁକିଂ ପରେ ଆପଣଙ୍କ ରେଜିଷ୍ଟର୍ ମୋବାଇଲ୍ ନମ୍ବରକୁ ଯେଉଁ OTP ଆସିବ, ସେହି କୋଡ୍ ଡେଲିଭରି ବୋୟଙ୍କୁ ଦେଲେ ହିଁ ସିଲିଣ୍ଡର ମିଳିବ। ଏହା ଅନିୟମିତ ବିତରଣ ଓ ଗ୍ୟାସ ଚୋରିକୁ ନିୟନ୍ତ୍ରଣ କରିବ।

LPG ଗ୍ୟାସ କଳା ବଜାରୀ ରୋକିବା ପାଇଁ ସରକାର ନେଇଛନ୍ତି ବଡ଼ ପଦକ୍ଷେପ |୧ ମେ’ ରୁ ଲାଗୁ ହେବାକୁ ଯାଉଛି ନୂଆ ନିୟମ। ସରକାର ଓ ତୈଳ କମ୍ପାନୀମାନେ ବୁକିଂ ଓ ଡେଲିଭରି ପ୍ରଣାଳୀକୁ ଅଧିକ ପାରଦର୍ଶୀ କରିବା ସହିତ କଳାବଜାରୀ ରୋକିବା ପାଇଁ ଏହି ପଦକ୍ଷେପ ନେଉଛନ୍ତି।

ଏହା ସହିତ ବୁକିଂ ମଧ୍ୟରେ ସମୟ ସୀମା ମଧ୍ୟ ପରିବର୍ତ୍ତିତ ହୋଇଛି। ସହର ଅଞ୍ଚଳରେ ପୂର୍ବରୁ ଥିବା ୨୧ ଦିନର ବ୍ୟବଧାନକୁ ବଢ଼ାଇ ୨୫ ଦିନ କରାଯାଇଛି, ଯେତେବେଳେ ଗ୍ରାମାଞ୍ଚଳରେ ଏହା ୪୫ ଦିନ ହୋଇଛି। ଯଦି କେହି ଏହି ସମୟ ସୀମା ପୂର୍ବରୁ ବୁକିଂ କରିବେ, ସେହି ବୁକିଂ ସ୍ୱୟଂଚାଳିତ ଭାବେ ବାତିଲ୍ ହୋଇଯିବ

ସରକାରଙ୍କ ଏହି ନୂଆ ପଦକ୍ଷେପ ଦ୍ୱାରା ବିତରଣ ପ୍ରକ୍ରିୟାରେ ସୁଧାର ଆସିବା ସହିତ ଯୋଗ୍ୟ ଗ୍ରାହକମାନେ ସମୟରେ ସେବା ପାଇପାରିବେ ବୋଲି ଆଶା କରାଯାଉଛି।

 

Spread the love