କର୍ତ୍ତବ୍ୟ ନ୍ୟୁଜ ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲା ପୋଲିସ ଇନ୍ସପେକ୍ଟର ସ୍ତରରେ ଏକ ଛୋଟ ଅଦଳବଦଳ ହୋଇଛି | ଏ ନେଇ ଜିଲ୍ଲା ପୋଲିସ ମୁଖ୍ୟାଳୟରୁ ବିଜ୍ଞପ୍ତି ପ୍ରକାଶ ପାଇଛି |ବିଜ୍ଞପ୍ତି ମୁତାବକ ନାଚୁଣୀ ଥାନା ଆଇଆଇସି ଚନ୍ଦ୍ରଶେଖର ଜେନାଙ୍କ ଖୋର୍ଦ୍ଧା ସାଇବର କ୍ରାଇମ ଓ ଇକୋନୋମିକ ଅଫେନ୍ସ ଥାନାକୁ ବଦଳି ହୋଇଥିବାବେଳେ ଖୋର୍ଦ୍ଧା ସାଇବର କ୍ରାଇମ ଓ ଇକୋନୋମିକ ଅଫେନ୍ସ ଥାନା ଆଇଆଇସି ବିଭୁତି ଭୂଷଣ ମହାପାତ୍ରଙ୍କ ନାଚୁଣୀ ଥାନା ଆଇଆଇସି ରୂପେ ବଦଳି ହୋଇଛି |ସେହିପରି ଭାବେ ଟାଙ୍ଗୀ ଅତିରିକ୍ତ ଆଇଆଇସି ଶ୍ରଦ୍ଧା ନାୟକଙ୍କ ବାଲୁଗାଁ ଥାନା ଆଇଆଇସି ଭାବେ ବଦଳି ହୋଇଥିବା ବେଳେ ବାଲୁଗାଁ ଥାନା ଆଇଆଇସି ଜୟପ୍ରକାଶ ପରିଡ଼ାଙ୍କ ବାଣପୁର ଥାନା ଆଇଆଇସି ଭାବେ ବଦଳି ହୋଇଛି |ଅନୁରୂପ ଭାବେ ବାଣପୁର ଥାନା ଆଇଆଇସି ରମେଶ କୁମାର ଦେଵାତଙ୍କ ଖୋର୍ଦ୍ଧା ଜିଲ୍ଲା ପୋଲିସ ମୁଖ୍ୟାଳୟ ଡ଼ିସିଆରବି ବିଭାଗକୁ ବଦଳି ହୋଇଛି |ସେହିପରି ଭାବେ ଇନ୍ସପେକ୍ଟର ମମତା ପତିଙ୍କ ଜିଲ୍ଲା ପୋଲିସ ମୁଖ୍ୟାଳୟ ଇହାତୁ ବିଭାଗରୁ ଆଇୟୁସିଏଡବ୍ଲୁ ବିଭାଗକୁ ବଦଳି ହୋଇଥିବାବେଳେ ଇନ୍ସପେକ୍ଟର ଶମ୍ଭୁନାଥ ନାୟକଙ୍କ ଜିଲ୍ଲା ପୋଲିସ ମୁଖ୍ୟାଳୟ ଡ଼ିଆଇବି ବିଭାଗରୁ ଇହାତୁ ବିଭାଗକୁ ବଦଳି ହୋଇଛି |
108