କର୍ତ୍ତବ୍ୟ ନ୍ୟୁଜ ବ୍ୟୁରୋ: ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି ପରିବାରର ମୂଲ୍ୟବୋଧ, ମୁରବୀର ମହତ୍ୱ ଓ ଆମ ସଂସ୍କୃତି, ପରମ୍ପରା ଇତିହାସକୁ ନେଇ ପ୍ରସ୍ତୁତ ଓଡ଼ିଆ ଫିଲ୍ମ ‘ମୁରବୀ’ । ମଙ୍ଗଳବାର ବା ଓଡ଼ିଆ ନୂଆବର୍ଷ ଉପଲକ୍ଷେ ସାରା ଓଡ଼ିଶାର ବିଭିନ୍ନ ସିନେମା ହଲରେ ରିଲିଜ ହୋଇଛି ମୁରବି । ପ୍ରିମିୟର ଶୋ ଭୁବନେଶ୍ୱର ‘ସ୍ତୁତି ହଲ୍’ରେ ହୋଇଥିବା ବେଳେ ଚଳଚିତ୍ରରେ ଥିବା ବାପା ଝିଅଙ୍କ ଆବେଗର ନିଛକ ଅଭିନୟ ଉପସ୍ଥିତ ଦର୍ଶକ ଭାବବିହ୍ୱଳ ହୋଇଛନ୍ତି । ଏଥିରେ କଣ୍ଟେଣ୍ଟ ହିରୋ ହୋଇଥିବା ବେଳେ ସମ୍ପୂର୍ଣ୍ଣ ହଲ୍ ଦର୍ଶକଙ୍କ କରତାଳିରେ ଫାଟିପଡିଥିଲା । ଏହା ଚଳଚିତ୍ର ନୁହେଁ ଏହା ଆମ ସମସ୍ତଙ୍କ ଜୀବନର କାହାଣୀ ବୋଲି ମତଦେଇଛନ୍ତି ଦର୍ଶକ ।
ଚଳଚ୍ଚିତ୍ରଟି ଘରର ମୁରବି ଉପରେ ଆଧାରିତ ହୋଉଥିବା ବେଳେ ମୁରବିପଣର ଅହଂକାର ରେ ଅନ୍ଧ ହୋଇ ମଣିଷ କେମିତି ନିର୍ଦୟ ହୋଇଯାଏ ଏବଂ ପରବର୍ତୀ ମୁହୁର୍ତରେ ସେ କିଭଳି ସମ୍ପର୍କ ଓ ସମାଜର ବସ୍ତାବତାକୁ ଅନୁଭବ କରି ପରିବର୍ତନ ହୁଏ ଓ ହୃଦୟ ଖୋଲି ଖୋଲବକସର ଯିଏ ତାହା ହିଁ ଏଥିରେ ପ୍ରତିପାଦିତ ହୋଇଛି । ଦୁଇ ପରିବାର ର ମୁରବି ପଣିଆକୁ ଦର୍ଶାଇଥିବା ବେଳେ ଜଣେ ସଂସ୍କାର ରେ ଶିକୁଳିରେ ପରିବାର କୁ ବାନ୍ଧିଥିବା ବେଳେ ଆଉ ଜଣେ ଭଲପାଇବାର ଶିକୁଳିରେ ସମ୍ମାନକୁ କିଭକି ପ୍ରସ୍ପୁଟିତ କରାଯାଇ ତାହା ଦର୍ଶାଯାଇଛି । ମହାବିଷୁବ ସଂକ୍ରାନ୍ତି ବା ଓଡ଼ିଆ ନବ ବର୍ଷରେ ଏହା ୪୦ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି ମୁରବି ।
ଓଡ଼ିଆ ସିନେମା ଜଗତର ଦୁଇ ବରିଷ୍ଠ ଓ ଅଭିଜ୍ଞ ଅଭିନୟର ଯାଦୁରେ ନିଜର ସ୍ୱତନ୍ତ୍ର କୁ ନନେଇ ପରିଚିତ ଥିବା ଚୌଧୁରୀ ଜୟପ୍ରକାଶ ଦାସ ଓ କୁନା ତ୍ରିପାଠୀ ଦୁଇ ଜଣ ମୁରବି ଚରିତ୍ରକୁ ଚିତ୍ରଣ କରିଛନ୍ତି । ପ୍ରଯୋଜକ ବିଶାଳ ମୌର୍ଯ୍ୟ ଓ ଦେବୀ ପ୍ରସାଦ ଲେଙ୍କା ଫିଲ୍ମକୁ ନେଇ କହିଛନ୍ତି, ”ଏଭଳି ଏକ ମୌଳିକ କାହାଣୀ ସମସ୍ତଙ୍କ ହୃଦୟକୁ ଛୁଇଁଥିବା ବେଳେ ଏପ୍ରିଲ ୧୪ ରେ ଏହାର ମୁକ୍ତିଲାଭ ନିଶ୍ଚୟ ଦର୍ଶକଙ୍କ ମନକୁ ଛୁଇଁବ ।” ସେହିପରି ଦମନର ଦୁଇ ଜାତୀୟ ଚଳଚିତ୍ର ବିଜେତା ନିର୍ଦ୍ଦେଶକ ୪ ବର୍ଷ ପରେ ଏହି ଚଳଚିତ୍ର ମାଧ୍ୟମରେ ପରଦାକୁ ଫେରିଛନ୍ତି । ଫିଲ୍ମ ନେଇ ସେ କହିଛନ୍ତି, ”ଏହି ଫିଲ୍ମଟି ପୁଣି ଲୋକଙ୍କ ପସନ୍ଦ ଆସିବ ଓ ହୃଦୟକୁ ଛୁଇଁବ ।” ଏଥିସହ ଏଭଳି ସିନେମା ଆହୁରି ହେବା ଦରକାର ବୋଲି ସେ ମତ ରଖିଛନ୍ତି ।
ଫିଲ୍ମକୁ ନେଇ କୁନା ତ୍ରିପାଠୀ କହିଛନ୍ତି, ”ସମ୍ମାନ ଡରରେ ନୁହେଁ ଭଲପାଇବାରୁ ମିଳେ ଏ ତେଣୁ ସମ୍ପର୍କକୁ ବୁଝି ଭଲପାଇବା ଦେଇ ଆଗକୁ ବଢିଲେ ହୁ ପରିବାର ବାନ୍ଧି ହୋଇ ରହେ ।” ସେହିପରି ଚୌଧୁରୀ ଜୟ ପ୍ରକାଶ କହିଛନ୍ତି,”ପରିବାର ଅନୁଶାସନ ଓ ସଂସ୍କାରରେ ରେ ବନ୍ଧା ହୋଇଥାଏ କିନ୍ତୁ ଅତ୍ୟଧିକ ବେଶ କ୍ଷତିକାରକ । ତେଣୁ ସେ ଡରକୁ କେବେ କେବେ ଖୋଲି ସ୍ୱାଧୀନତାର ସହ ବଂଚିବାର ଆବଶ୍ୟକତା ରହିଛି । ଏଭଳି କିଛି ଆମ ଚଳଚିତ୍ର କହୁଥିବା ବେଳେ ସମସ୍ତ ଚରିତ୍ର ଅଭିନୟ ନୁହେଁ ବାସ୍ତବତାକୁ ଫୁଟେଇଛନ୍ତି ଯାହା ମୋତେ ବେଶ ଭଲ ଲାଗିଛି ।”
ଏହି ଫିଲ୍ମ ମେଣ୍ଟିସ ଫିଲ୍ମ ବ୍ୟାନରରେ ପ୍ରସ୍ତୁତ ହୋଇଥିବା ବେଳେ ପ୍ରଯୋଜନା ଦାୟିତ୍ୱ ସମ୍ଭାଳିଛନ୍ତି ବିଶାଳ ମୌର୍ଯ୍ୟ ଓ ଦେବୀପ୍ରସାଦ ଲେଙ୍କା । ନିର୍ଦ୍ଦେଶନା ଦେଇଛନ୍ତି ଶିଶିର କୁମାର ସାହୁ ଓ ପିନାକୀ ସିଂ। ମୁଖ୍ୟ ଚରିତ୍ରରେ ଚୌଧୁରୀ ଜୟ ପ୍ରକାଶ ଦାସ ଓ କୁନା ତ୍ରିପାଠୀ ଥିବା ବେଳେ ବିଜୟନୀ ମିଶ୍ର, ଅଙ୍କିତା ମହାନ୍ତି, ବି ଏମ ବୈଶାଳୀ, କଳ୍ପନା ରାଉତ , ଉଦିତ ଗୁରୁ ଏବଂ ପ୍ରସଂଜିତ ପାଣିଗ୍ରାହୀ ଙ୍କ ଭଳି ଦକ୍ଷ କଳାକାରମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି । ସହ-ପ୍ରଯୋଜକ ଭାବେ ସୁମନ୍ତ ବୈରାଗୀ ଓ ଅଗ୍ନିମିତ୍ର ବେହେରା ରହିଥିବା ବେଳେ ଅଗ୍ନିମିତ୍ର ବେହେରା ସଙ୍ଗୀତ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି ।