164

ପୋଖରୀରେ ଗାଧେଇବାକୁ ଯାଇ ନାବାଳକ ମୃତ!

ଖୋର୍ଦ୍ଧା (ରିପୋର୍ଟର – ଆଦିତ୍ୟ ନାରାୟଣ ବେହେରା) : ଶୁକ୍ରବାର ସକାଳେ ପୋଖରୀକୁ ଗାଧେଇବାକୁ ଦୁଇ ସାଙ୍ଗ ଯାଇଥିବା ବେଳେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଜଣେ ଅଳ୍ପକେ ଉଦ୍ଧାର ହୋଇଚନ୍ତି। ସୂଚନା ମୁତାବକ ବାଲୁଗାଁ ଥାନା ଅନ୍ତର୍ଗତ ପାଇକକୋଷଡିହ ଗ୍ରାମର ରାଜ କିଶୋର ସୁନ୍ଦରାୟଙ୍କ ପୁଅ ରଞ୍ଜନ ସୁନ୍ଦରାୟ (୯ ବର୍ଷ) ତାଙ୍କ ସାଙ୍ଗ ସହ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ଅସାବଧାନତା ବଶତଃ ପୋଖରୀ ମଧ୍ୟକୁ ଗୋଡ଼ ଖସିଯାଇଥିଲା।ରଞ୍ଜନ ପହଁରା ଜାଣିନଥିବା ଯୋଗୁଁ ପୋଖରୀରେ ବୁଡି ଯାଇଥିଲେ।ସାଙ୍ଗଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକଙ୍କ ସହାୟତାରେ ଦୁଇ ସାଙ୍ଗକୁ ଉଦ୍ଧାର କରାଯାଇଥିଲା। ଉଭୟଙ୍କୁ ଉଦ୍ଧାର କରି ବାଲୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।ମାତ୍ର ସେଠାରେ ଡାକ୍ତର ରଞ୍ଜନକୁ ମୃତ ଘୋଷଣା କରିଥିଲେ।ଏନେଇ ବାଲୁଗାଁ ପୋଲିସ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଥାନାଧିକାରୀ ଜୟ ପ୍ରକାଶ ପରିଡା କହିଛନ୍ତି।ଏଭଳି ଅଘଟଣରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Spread the love