105

୨୪ ଘଣ୍ଟାରେ ଭାରତ ଛୁଇଁବ ମୌସୁମୀ!

କର୍ତ୍ତବ୍ୟ ନ୍ୟୁଜ ବ୍ୟୁରୋ: ଖୁସି ଖବର! ଏଥର ଶୀଘ୍ର ଆସୁଛି ମୌସୁମୀ। ୨୪  ଘଣ୍ଟାରେ ଛୁଇଁବ ଆଣ୍ଡାମାନ । ଏନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର | ପାଣିପାଗର କେନ୍ଦ୍ରର ସୂଚନା ଅନୁସାରେ, କାଲି ଆଣ୍ଡାମାନ ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ। ମୌସୁମୀ ବାୟୁ ଅଗ୍ରସର ନେଇ ପାଣିପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି। ଆଣ୍ଡାମାନ ସାଗର ଓ ଦକ୍ଷିଣ ବଙ୍ଗୋପସାଗରକୁ ଛୁଇଁବ ମୌସୁମୀ।

ସେପଟେ ତତଲା କଡ଼େଇରେ ଭାଜି ହେଉଛନ୍ତି ରାଜ୍ୟବାସୀ। ଉପକୂଳରୁ ଉତ୍ତର, ପୁଣି ପଶ୍ଚିମରୁ ଦକ୍ଷିଣ ସବୁଠି ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମଲହରୀ। ୧୫ ତାରିଖ ଯାଏଁ ତାତିରୁ ନିସ୍ତାର ନାହିଁ ବୋଲି ଆକଳନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆସନ୍ତାକାଲି ପାଇଁ ୯ ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ ଓ ୧୦ ଜିଲ୍ଲାକୁ ଗରମ ଗୁଳୁଗୁଳି ନେଇ ୟେଲୋ ଚେତାବନୀ ଜାରି ହୋଇଛି। ଅନ୍ୟପକ୍ଷରେ ପ୍ରଚଣ୍ଡ ଖରା ବେଳେ ଘରୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଛି।

 

 

 

 

 

 

 

 

 

 

Spread the love