41

ଏସଭିଏମ୍ କଲେଜ ନିର୍ବାଚନକୁ ନେଇ ABVP-BCJD ମଧ୍ୟରେ ମୁହାଁମୁହିଁ ସ୍ଥିତି

ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନକୁ ନେଇ ତେଜିଛି ଛାତ୍ର ରାଜନୀତି। ନିର୍ବାଚନୀ ମାହୋଲ ମଧ୍ୟରେ ବିଭିନ୍ନ କଲେଜରେ ଛାତ୍ର ସଂଗଠନ ମଧ୍ୟରେ ବିବାଦ ଦେଖାଦେଇଛି। ଏହାକୁ ନେଇ ଜଗତସିଂହପୁର ସ୍ଥିତ ସ୍ୱାମୀ ବିବେକାନନ୍ଦ ମେମୋରିଆଲ ସ୍ୱୟଂଚାଳିତ ମହାବିଦ୍ୟାଳୟ ପରିସରରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ସୃଷ୍ଟି ହୋଇଛି।

ସୂଚନା ଅନୁଯାୟୀ, ବିସିଜେଡ଼ି ପକ୍ଷର ଛାତ୍ରମାନେ ଧାରଣାରେ ବସିଥିବା ବେଳେ କଲେଜ ପରିସରରେ ଉଭୟ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଥିଲା। ଛାତ୍ର ସଂସଦ ନିର୍ବାଚନକୁ ନେଇ ଏହି ବିବାଦ ସାମ୍ନାକୁ ଆସିଥିବା ବେଳେ ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ।

ନିର୍ବାଚନ ପାଖେଇ ଆସୁଥିବାରୁ କଲେଜରେ ଛାତ୍ର ରାଜନୀତି ଚଳଚଞ୍ଚଳ ହୋଇପଡ଼ିଛି। ଏଭଳି ସ୍ଥିତିରେ ଏବିଭିପି ଓ ବିସିଜେଡ଼ି ମଧ୍ୟରେ ଦେଖାଦେଇଥିବା ବିବାଦ ଆଗକୁ କେଉଁ ମୋଡ଼ ନେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

 

Spread the love