117

ବାଣପୁର ଅଂଚଳରେ ଭୟାବହ ଅଗ୍ନିକାଣ୍ଡ, ୭ ପରିବାରର ଘର ପୋଡ଼ି ପାଉଁଶ!

କର୍ତ୍ତବ୍ୟ ନ୍ୟୁଜ ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ନନ୍ଦପୁର ପଞ୍ଚାୟତର ସରନଇ ମାଣିତ୍ରି ଗାଁରେ ଆଜି ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁରେ ୭ଟି ପରିବାରର ୧୨ ବଖରା ଘର ସମ୍ପୂର୍ଣ୍ଣ ଭସ୍ମୀଭୂତ ହୋଇଯାଇଛି|

ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି। ଘରେ ଥିବା ଆସବାବପତ୍ର, ଖାଦ୍ୟଶସ୍ୟ, ଲୁଗାପଟା ଓ ଅନ୍ୟାନ୍ୟ ଜିନିଷ ସବୁ ନଷ୍ଟ ହୋଇଛି। ତେବେ ଏଥିରେ କୌଣସି ଜୀବନହାନି ଘଟିନାହିଁ |

ଖବର ପାଇ ବାଲୁଗାଁ ଏବଂ ବାଣପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ନିଆଁ ଲାଗିବାର ସଠିକ୍ କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି।

ଏହି ଅଗ୍ନିକାଣ୍ଡ ଯୋଗୁଁ ୭ଟି ପରିବାର ବାସହରା ହୋଇପଡ଼ିଛନ୍ତି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ପ୍ରଭାବିତ ପରିବାରଙ୍କୁ କିଛି ସହାୟତା ଯୋଗାଇ ଦିଆଯିବ ବୋଲି ପରିବାର ଦାବି କରିଛନ୍ତି

Spread the love