141

ଐତିହାସିକ ପଞ୍ଚୁଦୋଳ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ!

ଖୋର୍ଦ୍ଧା (ରିପୋର୍ଟର – ଆଦିତ୍ୟ ନାରାୟଣ ବେହେରା) : ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ପଲଟଣ ପଡିଆରେ ଆସନ୍ତା ୮ଓ ୯ ତାରିଖ ଦିନ ମହା ଆଡମ୍ବରରେ ପଞ୍ଚୁଦୋଳ ଯାତ୍ରା ଅନୁଷ୍ଠିତ ହେବ | ଏହି ପରିପ୍ରେକ୍ଷୀରେ ଆଇନ୍ ମନ୍ତ୍ରୀଙ୍କ ସରକାରୀ ବାସଭବନ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି |

ଆୟୋଜିତ ପ୍ରସ୍ତୁତି ବୈଠକରେ ଆଇନ ଶୃଙ୍ଖଳା,ଟ୍ରାଫିକ ବ୍ୟବସ୍ଥା,ପାର୍କିଂ ବ୍ୟବସ୍ଥା, ଦେବା-ଦେବୀ ମାନଙ୍କ ଆଗମନର ଶୃଙ୍ଖଳା,ନିରବଛିନ୍ନ ବିଦ୍ୟୁତ ସେବା ,ପାନୀୟ ଜଳ ବ୍ୟବସ୍ଥା ,ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସେବା , ଅଗଣିତ ଶ୍ରଦ୍ଧାଳୁ ମାନଙ୍କ ନିରାପତ୍ତା ବ୍ୟବସ୍ଥା, ପରିଷ୍କାର ଓ ପରିଚ୍ଛନ୍ନତା ଆଦି ସମସ୍ତ ବିଷୟରେ ଆଲୋଚ଼ନା ହୋଇଥିଲା |

ଉକ୍ତ ବୈଠକରେ ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ଅମ୍ରିତ ଋତୁରାଜ, ଖୋର୍ଦ୍ଧା ଉପଜିଲ୍ଲାପାଳ ଶ୍ରୀ ସଂକଳ୍ପ ସ୍ଵସ୍ତିକ ସାହୁ,ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ବିବେକାନନ୍ଦ ଶର୍ମା,ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଶ୍ରୀ ମିଟୁ ନାୟକ, ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସ୍ମୃତିରଞ୍ଜନ ସାହୁ,ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରାଣନାଥ ସେଠ୍,ବାଣପୁର ଅତିରିକ୍ତ ତହସିଲଦାର ଶ୍ରୀମତୀ ସୁକନ୍ୟା ରାଉଳ,ବିଶିଷ୍ଟ ସମାଜସେବୀ ଶ୍ରୀ ଦୁଷ୍ମନ୍ତ ହରିଚ଼ନ୍ଦନ,ପଞ୍ଚୁଦୋଳ କମିଟିର ଉପଦେଷ୍ଟା ଶ୍ରୀ ନନ୍ଦକିଶୋର ମିଶ୍ର, ଉପସଭାପତି ଶ୍ରୀ ବୀରଭଦ୍ର କାଣ୍ଡି, ସମ୍ପାଦକ ଶ୍ରୀ ମାଧବ ଚନ୍ଦ୍ର ବାରିକ,ବାଣପୁର, ବାଲୁଗାଁ ଓ‌ ନାଚୁଣୀ ଥାନାଧିକାରୀ,ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ,ବିଦ୍ୟୁତ୍ ବିଭାଗର ଏସଡ଼ିଓ,ଅଗ୍ନିଶମ ଅଧିକାରୀଙ୍କ ସମେତ ପଞ୍ଚୁଦୋଳ କମିଟିର ସମସ୍ତ ସଭ୍ୟ ଉପସ୍ଥିତ ଥିଲେ |

Spread the love