178

ବାଲୁଗାଁ ମନ୍ଦିର ସିରିଜ ଚୋରି ଘଟଣାରେ ଦୁଇ ଗିରଫ!

ଖୋର୍ଦ୍ଧା (ରିପୋର୍ଟର – ଆଦିତ୍ୟ ନାରାୟଣ ବେହେରା) : ବାଲୁଗାଁ ପୋଲିସ ମିଳିଲା ବଡ଼ ସଫଳତା | ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ପୋଲିସ ଶୁକ୍ରବାର ଦିନ ବିଭିନ୍ନ ମନ୍ଦିରରୁ ସିରିଜ ଚୋରି ଘଟଣାରେ ସଂଶ୍ଳିଷ୍ଟ ଥିବା ଦୁଇ ଜଣ ଅପରାଧୀଙ୍କୁ ଗିରଫ କରିଛି| ଅପରାଧୀ ଦ୍ଵୟ ହେଲେ ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅଞ୍ଚଳର କୃଷ୍ଣଚନ୍ଦ୍ର ବେହେରା (୩୦) ଓରଫ ପାପା ଏବଂ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅନ୍ତର୍ଗତ ପାଣ୍ଡବପାଟଣା ଗ୍ରାମର ବାଇଧର ପ୍ରଧାନ (୨୮) ଓରଫ ମିତେଇ |

ସୂଚନା ଅନୁସାରେ ଦୁଇ ଅଭିଯୁକ୍ତ ଗତ ୧୪ ତାରିଖରେ ବାଲୁଗାଁ ଅଞ୍ଚଳର ୮ଟି ମନ୍ଦିରରୁ ହୁଣ୍ଡି ବାକ୍ସ ଭାଙ୍ଗି ଦାନ ଅର୍ଥ ସହ ମୂଲ୍ୟବାନ ଅଳଙ୍କାର ଚୋରି କରି ନେଇଥିଲେ | ସେମାନଙ୍କ ନିକଟରୁ ରୁପାର ମୁକୁଟ, ଲୁହା ରଡ଼, କଳା ହାତମୋଜା ଆଦି ଜବତ କରିଛି ପୁଲିସ |ଏଥିସହ ୧୨୦୦ ଟଙ୍କା ଏବଂ ରାମ-ହନୁମାନ ଚିତ୍ର ଥୁବା ଧାତୁର ମୁଦ୍ରା ମଧ୍ୟ ଜବତ କରାଯାଇଛି। ଅଭିଯୁକ୍ତ ବାଲୁଗାଁ ଅଞ୍ଚଳର ଅନେକ ମନ୍ଦିରରୁ ଚୋରି କରିଥିବା ପୁଲିସ ସମ୍ମୁଖରେ ସ୍ବୀକାର କରିଛନ୍ତି |

ଘଟଣା ତଦନ୍ତ ଜାରି ରହିଥ‌ିବା ବେଳେ ସମସ୍ତ ମନ୍ଦିର ଚୋରି ଘଟଣାରେ ସାମିଲ ହୋଇଥିବା ଅନ୍ୟ ଅପରାଧୀଙ୍କୁ ଧରିବା ପାଇଁ ପ୍ରୟାସ ଜାରି ରହିଥିବା କହିଛନ୍ତି ବାଲୁଗାଁ ଆଇଆଇସି ଜୟପ୍ର ପ୍ରକାଶ ପରିଡ଼ା। ମନ୍ଦିର ସମ୍ପତ୍ତି ଏବଂ ଜନସାଧାରଣଙ୍କ ସୁରକ୍ଷା ପାଇଁ ପୁଲିସ ସଜାଗ ଥିବାବେଳେ ଯଦି କୌଣସି ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଦେଖନ୍ତି ତେବେ ତୁରନ୍ତ ପୁଲିସକୁ ଖବର ଦେବାକୁ ମଧ୍ୟ ଆଇଆଇସି ଶ୍ରୀ ପରିଡ଼ା ଅନୁରୋଧ କରିଛନ୍ତି |

Spread the love